ନବରଙ୍ଗପୁର/ଅଶୋକ ସାହୁ:ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ବିଭିନ୍ନ ପ୍ରକାରର ଛାତ୍ରବୃତ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଛାତ୍ରବୃତ୍ତି ସମ୍ବନ୍ଧୀୟ ବିଭାଗର ଅଧିକାରୀ ଉପସ୍ଥିତରହି ମାର୍ଗଦର୍ଶନ କରିଥିଲେ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ପୋଷ୍ଟ ମ୍ୟାଟ୍ରିକ ଛାତ୍ରବୃତ୍ତି ସଂପର୍କରେ ସବିଶେଷ ଆଲୋଚନା କରିଥିଲେ ଜିଲ୍ଲା ଛାତ୍ରବୃତ୍ତି ସଂଯୋଜକ ଶ୍ରୀ ଶିଶିର କୁମାର ପଣ୍ଡା।ଜିଲ୍ଲା ଶ୍ରମ ବିଭାଗ ତରଫରୁ କେଉଁ କେଉଁ ଛାତ୍ରବୃତ୍ତି ହାସଲ କରାଯାଇ ପାରିବ ଓ ତାହାର ମାପଦଣ୍ଡ କଣ ସେ ବିଷୟରେ ବୁଝାଇ ଥିଲେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଛୋଟରାୟ ଟୁଡୁ ।କୃଷି କାର୍ଯ୍ୟରେ ନିୟୋଜିତ ଅଭିଭାବକ ଙ୍କ ପୁଅ ଝିଅ ମାନଙ୍କ ପାଇଁ ରହିଥିବା ଛାତ୍ରବୃତ୍ତି ସଂପର୍କରେ ଆଲୋଚନା କରିଥିଲେ ଜିଲ୍ଲା କୃଷି ବିଭାଗ ଅଧିକାରୀ ।ମହାବିଦ୍ୟାଳୟରେ ପଢୁଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ କେଉଁ ଭଳି ଛାତ୍ରବୃତ୍ତି ପାଇ ପାରିବେ ଓ କେଉଁ ପ୍ରମାଣ ପତ୍ର ର ଆବଶ୍ୟକତା ରହିଛି,ସେ ବିଷୟରେ ଅତି ସରଳ ଭାଷାରେ ବୁଝାଇଥିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏ ଧନଞ୍ଜୟ ରାଓ।ଗୋପବନ୍ଧୁ ଛାତ୍ରବୃତ୍ତି ପାଇବା ପାଇଁ କେଉଁମାନେ ଯୋଗ୍ୟ ଓ ସେଥିପାଇଁ କଣ ମାପ ଦଣ୍ଡ ରହିଛି ସେହିବିଷୟରେ ଅତି ସରଳ ଭାବେ ବୁଝାଇଥିଲେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବିଭାଗୀୟ ଅଧିକାରୀ । ମହାବିଦ୍ୟାଳୟରେ ପଢୁଥିବା ସଂଖ୍ୟା ଲଘୁ ଶ୍ରେଣୀ ର ଛାତ୍ର ଛାତ୍ରୀ, ଅନୁସୂଚିତ ଜାତି, ଜନ ଜାତି ଓ ପଛୁଆ ବର୍ଗ ଏବଂ ଆର୍ଥିକ ପଛୁଆ ଥିବା ସାଧାରଣ ଶ୍ରେଣୀ ଙ୍କ ପାଇଁ ଥିବା ସରକାରୀ ପ୍ରୋତ୍ସାହନ ବିଷୟରେ ଅତି ସୁନ୍ଦର ଭାବେ ବୁଝାଇଥିଲେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବିଭାଗୀୟ ଅଧିକାରୀ ।ସେହିପରି ପ୍ରଥମ ବର୍ଷରେ ପଢୁଥିବା ଛାତ୍ର ଛାତ୍ରୀ ମାନଂକ ପାଇଁ ଉଦ୍ଧିଷ୍ଟ ଥିବା ୟୁଜି ମେରୀଟ ଛାତ୍ରବୃତ୍ତି ଓ ଓଡ଼ିଆ ସମ୍ମାନ ବିଭାଗ ପାଇଁ ଉଦ୍ଧିଷ୍ଟ ଥିବା ଫକୀରମୋହନ ଶିକ୍ଷା ସହାୟତା ସଂପର୍କରେ ଆଲୋଚନା କରିଥିଲେ ସହକାରୀ ପ୍ରଫେସର ଡ ଅରବିନ୍ଦ କୁମାର ଓଝା। ପିଲାମାନଙ୍କ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସମସ୍ତ ଅସୁବିଧା କୁ ଯଥା ଶୀଘ୍ର ସମାଧାନ କରାଯିବ ଏବଂ ଭବିଷ୍ୟତରେ ଯେପରି ଅସୁବିଧା ନହେବ, ସେଥି ପାଇଁ ଛାତ୍ରଛାତ୍ରୀ କେଉଁ ବିଷୟପ୍ରତି ସତର୍କ ରହିବେ;ସେ ବିସୟରେ ଆଲୋଚନା କରିଥିଲେ ସହକାରୀ ଲିଡବ୍ୟାଙ୍କ୍ ଅଫିସର ଶ୍ରୀ ନିଲାଞ୍ଚଲ୍ ସାହୁ।ପିଲାମାନଙ୍କ ବିଭିନ୍ନ ଛାତ୍ରବୃତ୍ତି ସମନ୍ଧୀୟ ପ୍ରଶ୍ନ ର ଉତ୍ତର ବିଭାଗୀୟ ଅଧିକାରୀ ମାନେ ଦେବା ସହିତ,ସମସ୍ତେ ଯେପରି ଛାତ୍ରବୃତ୍ତି ପାଇ ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଜି ଭି ଭି ରଞ୍ଜିତା ପରିଚାଳନା କରିଥିଲେ।ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଧନ୍ୟବାଦ୍ ଦେବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏଭଳି ସଚେତନତାକୁ ଜାରି ରଖିବାକୁ ଛାତ୍ରଛାତ୍ରୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଡ ନୀଳକଣ୍ଠ ତ୍ରିପାଠୀ, ରାହୁଲତା କହଁର,ସୋନୁ ସାହୁ, ତଥା ସମସ୍ତ ସ୍ବେଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ରାଜ୍ୟ
ମଡେଲ ଡିଗ୍ରୀ କଲେଜରେ ଛାତ୍ରବୃତ୍ତି ସଚେତନତା ଶିବିର
- Hits: 190








