ହେଡଲାଇନସ୍:

ଜିଲ୍ଲା ସ୍ତରୀୟ 24 ତମ ବିଶ୍ବ ଦୃଷ୍ଟି ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୨.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ୨୪ତମ ବିଶ୍ବ ଦୃଷ୍ଟି ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅକ୍ଟୋବର ମାସ ୧୨ ତାରିଖରେ ବିଶ୍ବ ଦୃଷ୍ଟି ଦିବସ ପାଳନ କରାଯାଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ବାଗତ କରି ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସହ ଚକ୍ଷୁ ପରି ମୂଲ୍ୟବାନ ଅଙ୍ଗ ର ଯତ୍ନ ବିଷୟରେ ସଚେତନ କରିଥିଲେ। ଏ ବର୍ଷର ଚକ୍ଷୁ ଦିବସ ର ବାର୍ତ୍ତା "କର୍ମ କ୍ଷେତ୍ରରେ ଚକ୍ଷୁର ଯତ୍ନ"ସମ୍ବନ୍ଧରେ ଆଲୋଚନା କରିବା ସହ କୌଣସି ଆଖର ସମସ୍ୟା ଦେଖାଦେବା ସଙ୍ଗେ ସଙ୍ଗେ ତୁରନ୍ତ ଚକ୍ଷୁ ବିଶେଷଣଜ୍ଞ ଙ୍କ ପରାମର୍ଶ କରିବାକୁ ଉପଦେଶ ଦେଇଥିଲେଢ଼ିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ କହିଲେ ଯେ, କର୍ମକ୍ଷେତ୍ରରେ ମୋବାଇଲ ଓ କମ୍ପୁଟରର ବ୍ୟବହାର ଚକ୍ଷୁ ଉପରେ କୁପ୍ରଭାବ ପକାଉଛି ତେଣୁ ଏହାସହ କାମ କରୁଥିବା ଲୋକମାନେ ନିଜ ଆଖକୁ ପ୍ରତି ୨୦ ମିନିଟରେ ୨୦ ଫୁଟ ଦୂରରେ ଥ‌ିବା ବସ୍ତୁକୁ ୨୦ ସେକେଣ୍ଡ ଦେଖ‌ିବା ଉଚିତ ଏବଂ ବିଶେଷ କରି ପିଲାମାନଙ୍କୁ ମୋବାଇଲଠାରୁ ଦୁରେଇ ରଖୁବା ଉଚିତ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ସୁନେତ୍ର ଯୋଜନାରେ ମାଗଣା ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଓ ଚଷମା ଇତ୍ୟାଦି ଯୋଗାଇ ଦିଆଯାଉଅଛି, ଏବଂ ସମସ୍ତେ କିପରି ସେ ସୁବିଧା ଉପଲବ୍ଧି କରିବା ସହ ସଚେତନତା ସୃଷ୍ଟି କରି ଅନ୍ଧତ୍ବ ଦୂରୀକରଣରେ ଚେଷ୍ଟା କରିବେ, ସେ ନେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଚକ୍ଷୁର ବିଭିନ୍ନ ରୋଗଜନିତ ଲକ୍ଷଣଯେପରି ଲାଇଟ ଚାରିପାଖେ ରଙ୍ଗୀନ ବୃତ୍ତ ଦେଖାଯିବା, ହଠାତ ଆଖି ଲାଲ ପଡିଯିବା, କିଛି ଦେଖା ନ ଯିବା,ଚଷମା କାଐର ବାରମ୍ବାର ପାୱାର ବଦଳିବା ଇତ୍ୟାଦି ଦେଖାଦେଲେ ତୁରନ୍ତ ଚକ୍ଷୁରୋଗ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରିବାକୁ କହିଥିଲେ।ଏହାଛଡା ମାତ୍ରାଧ‌ିକ ଚାପ ରେ ଆଖିରେ କୌଣସି ଆଘାତ ଲାଗିବା ଓ ଏହାର ସଠିକ ଚିକିତ୍ସା ନ କରିବା, କୌଣସି ରୋଗ ନିମନ୍ତେ ଦୀର୍ଘଦିନ ଧରି ଷ୍ଟିରଏଡ ନବା, ଡାଇବେଟିସ ଓ ଉଚ୍ଚ ରକ୍ତ ଚାପ ଥାଇ ମୁଣ୍ଡ ବିନ୍ଧା ସହ ଆଖ୍ୟାରେ ଯନ୍ତ୍ରଣା ହେଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ବୋଲି ଅବଗତ କରାଇଥିଲେ । ଚକ୍ଷୁ ବିଶେଷଜ୍ଞ ଡାକ୍ତର ପୁର୍ଣିମା ନନ୍ଦ ପାୱାର ପୟଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଆଖୁର ଯତ୍ନ ଓ ଚିକିତ୍ସା ସହ ସୁଷମ ଖାଦ୍ୟ, ଧୂମପାନ ବର୍ଜନ, ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଜିଲ୍ଲା ସ୍ତରରୁ ଅସିତ ଦାଶ, ସୁରେଶ କୁମାର ଭୋଳ, ଗଣ ମାଧ୍ୟମର ପ୍ରତିନିଧୂମାନେ, ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault