ଭୁବନେଶ୍ୱର/ ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ପ୍ରକଳ୍ପ ସୌକ୍ଷମର ଅଂଶ ସ୍ୱରୂପ ଏକ ଅତ୍ୟାଧୁନିକ ସାନିଟାରି ନାପ୍କିନ୍ ଉତ୍ପାଦନ କାରଖାନାର ଶୁଭାରମ୍ଭ କରାଯାଇଛି । ବେଦାନ୍ତରଶୁଭଲକ୍ଷ୍ମୀ କୋଅପରେଟିଭ୍ ଏବଂ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟର ଟେକ୍ନୋଲୋଜି ବିଜନେସ୍ ଇନ୍କୁବେଟର୍ର ମିଳିତସହଯୋଗିତାରେ ଏହି କାରଖାନା ସ୍ଥାପନ କରାଯାଇଛି । ବେଦାନ୍ତ ଲେଡିଜ୍ କ୍ଲବ୍ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେଶୁଭଲକ୍ଷ୍ମୀ କୋଅପରେଟିଭ୍ର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି କାରଖାନାର ଶୁଭାରମ୍ଭ କରାଯାଇଛି ।
“ପ୍ରକଳ୍ପ ସୌକ୍ଷମ’ ହେଉଛି ଏକ ରୂପାନ୍ତରୀତ କାର୍ଯ୍ୟକ୍ରମ ଯାହାର ଲକ୍ଷ୍ୟ ହେଉଛି ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଅଭ୍ୟାସର ପ୍ରସାର କରିବା ସହିତ ଜୀବନଜୀବନା ସୁଯୋଗ ସୃଷ୍ଟି କରିବା । ଏକ ସାନିଟାରି ନାପ୍କିନ୍ ଉତ୍ପାଦନ କାରଖାନା ସ୍ଥାପନ କରି ମହିଳାମାନଙ୍କ ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବା ପାଇଁ ଏହି ପ୍ରକଳ୍ପରେ ସୁଲଭ ମୂଲ୍ୟର ପ୍ରଯୁକ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥିରେ ଓଡ଼ିଶାର ଗ୍ରାମାଂଚଳର ୨୦ ଜର ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ ତାଲିମ ଓ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପରେ ଦକ୍ଷତା ଗଠନ ସହିତ ମାସିକ ୪୦,୦୦୦ ଜୈବ ବିଘଟିତ ସାନିଟାରି ନାପ୍କିନ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରୁ ଆଶା କରାଯାଉଥିବା ଫଳାଫଳଗୁଡ଼ିକ ହେଉଛି ଉନ୍ନତ ଜ୍ଞାନ, ଉନ୍ନତ ନିଯୁକ୍ତି କ୍ଷମତା, ହିତାଧିକାରୀନ୍ୱର୍ଦ୍ଧିତ ଆୟ ଏବଂ ଗୋଷ୍ଠୀ ସମୁଦାୟରେ
ଉତମ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଅଭ୍ୟାସ |
ଏହି ପ୍ରକଳ୍ପରେ ୨୦ ଜଣ ମହିଳାଙ୍କୁ ୧୫ ଦିନିଆ ବୈଷୟିକ ଓ ବ୍ୟବସାୟ ତାଲିମ, ବ୍ୟବହାର ବିକାଶ, ବଜାର ସଚେତନତା ଏବଂ ଉଦ୍ୟମିତା ତାଲିମ ପ୍ରଦାନ କରାଯାଇଛି । ଦୁଇ ମାସର ବ୍ୟାପକ ତାଲିମ ପରେ ତୃତୀୟ ମାସଠାରୁ ହିତାଧିକାରୀମାନେ ଉତ୍ପାଦନ ଭିତିକ ଚାକିରିରେ ଯୋଗ ଦେଇଥିଲେ ଯାହା ଫଳରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି । ଗୁଣାତ୍ମକ ମାନକୁ କଠୋର ଭାବେ ଯାଂଚ କରାଯାଉଥିବା ବେଳେ କିଟ୍ ଟେକ୍ନୋଲୋଜି ବିଜନେସ୍ ଇନ୍କୁବେଟର ଓ ଭାରତୀୟ ମାନକ ବ୍ୟୁରୋ ତରଫରୁ ସାର୍ଟିଫିକେସନ ପ୍ର୍ରକ୍ରିୟା ସାନିଟାରି ନାପ୍କିନ୍ର ଉଚ୍ଚ ମାନକ ପାଳନକୁ ସୁନିଶ୍ଚିତ କରିପାରିଛି ।
ଏହି ଅତ୍ୟାଧୁନିକ ଉତ୍ପାଦନ କାରଖାନା ସମ୍ପର୍କରେ ଆଲୋଚନା କରି ବେଦାନ୍ତ ଲିମିଟେଡ୍ର ଆଲୁମିନିୟମ୍ ବ୍ୟବସାୟ ସିଓଓ ଶ୍ରୀ ସୁନିଲ ଗୁପ୍ତା କହିଛନ୍ତି ଯେ, “ମହିଳାମାନଙ୍କ ନେତୃତ୍ୱରେ ପ୍ରେରିତ ବ୍ୟବସାୟ ଆମ ଗୋଷ୍ଠୀ ସମାଜର ସାମଗ୍ରିକ ସାମାଜିକ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବେଦାନ୍ତରେ ଆମର ବିଶ୍ୱାସ ରହିଛି । ପ୍ରକଳ୍ପ ସୌକ୍ଷମ ଭଳି କାର୍ଯ୍ୟକ୍ରମ ଜରିଆରେ ମହିଳା ନେତୃତ୍ୱାଧୀନ ସଂସ୍ଥାରେ ଏଭଳି କାର୍ଯ୍ୟ ସମ୍ପାଦିତ ହେଉଥିବାରୁ ଆମେ ଗର୍ବିତ । ଆମର ଲକ୍ଷ୍ୟ ହେଉଛି ଋତୁସ୍ରାବ ସ୍ୱଚ୍ଛତାକୁ ନେଇ ସମାଜରେ ରହିଥିବା ଭ୍ରାନ୍ତଧାରଣାକୁ ଦୂର କରିବା । ମାସିକ ୪୦,୦୦୦ ସାନିଟାରି ନାପ୍କିନ୍ ଉତ୍ପାଦନ କରିବାର ଦୃଢ଼ କ୍ଷମତା ସହ ଆମର ବିଶ୍ୱାସ ରହିଛି ଯେ ଆମେ ମହିଳାମାନଙ୍କୁ ସଶକ୍ତ କରିବା ସହ ଜୀବନଜୀବିକାରେ ଉନ୍ନତି ଆଣିପାରିବୁ ଏବଂ ସ୍ୱାସ୍ଥ୍ୟର ଏକ ସଂସ୍କୃତି ସୁଦୃଢ଼ ହେବ ଯାହା ଫଳରେ ଏହି ମହିଳାମାନଙ୍କ ଗୁଣାତ୍ମକ ଜୀବନରେ ଉନ୍ନତି ହୋଇପାରିବ ।’’
ଓଡ଼ିଶା ଓ ଛତିଶଗଡ଼ରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବନଜୀବିକାରେ ବିଭିନ୍ନ ସଶକ୍ତୀକରଣ କାର୍ଯ୍ୟକ୍ରମ ଜରିଆରେ ଏହି ମହିଳାମାନଙ୍କ ଜୀବନରେ ଉନ୍ନତି ଆଣିବା ପ୍ରତି ବେଦାନ୍ତ ଆଲୁମିନିୟମ୍ ପ୍ରତିବଦ୍ଧ ରହିଛି । ସେଥିରେ ସାମିଲ ରହିଛି:
-ଶୁୁଭଲକ୍ଷ୍ମୀ କୋଅପରେଟିଭ୍, ଯାହା ଓଡ଼ିଶାର ଝାରସୁୁଗୁଡ଼ା ଜିଲ୍ଲାର ୭୦ଟି ଗ୍ରାମରେ ବ୍ୟାପିଥିବା ବେଳେ ତାହା ହେଉଛି ଭାରତର ସର୍ବବୃହତ ମହିଳା କୋଅପରେଟିଭ୍ ଯେଉଁଥିରେ ୪୦୦୦ ସଦସ୍ୟା ରହିଛନ୍ତି । ଆମର ଦକ୍ଷତା ବିକାଶ, ଦୀର୍ଘସ୍ଥାୟୀ ଜୀବନଜୀବିକା ଏବଂ ଆର୍ଥିକ ସହଯୋଗ ଏହି ଗ୍ରାମୀଣ ମହିଳାମାନଙ୍କୁ ସକ୍ଷମ କରିଛି । ସାମାଜିକ ପରିବର୍ତନ ଆଣିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣର ବିଷୟରେ ସଚେତନତା ସୃଷ୍ଟି କରିବା, ମହିଳା ସଶକ୍ତୀକରଣ ଏବଂ ଗୋଷ୍ଠୀ ସମୁଦାୟ କଲ୍ୟାଣ ଅଭିଯାନରେ ଶୁଭଲକ୍ଷ୍ମୀ ଚମ୍ପିଆନ୍ ସାବ୍ୟସ୍ତ ହୋଇଛି ।
-ପ୍ରକଳ୍ପ ଉନ୍ନତି: ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘକୁ ସହଯୋଗ ପ୍ରଦାନ କରିବ ଛତିଶଗଡ଼ର ଗ୍ରାମୀଣ ମହିଳାମାନଙ୍କୁ ପ୍ରକଳ୍ପ ଉନ୍ନତି ସଶକ୍ତ କରୁଛି । ଆମେ ସେମାନଙ୍କ ପାଖରେ ମାଇକ୍ରୋଫାଇନାନ୍ସ ସେବା, ଦୀର୍ଘସ୍ଥାୟୀ ଜୀବିକା ସହଯୋଗ ପହଂଚାଊଛୁ ଏବଂ ଅର୍ଥନୈତିକ ଓ ସାମାଜିକ ସଶକ୍ତୀକରଣକୁ ସୁଦୃଢ଼ କରୁଥିବା ବେଳେ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସୁଯୋଗକୁ ବ୍ୟବହାର କରିବା ଲାଗି ସେମାନଙ୍କୁ ସକ୍ଷମ କରୁଛୁ ।
-ପ୍ରକଳ୍ପ ସାକ୍ଷୀ ଲଘୁ ଉଦ୍ୟମିତା ଜରିଆରେ ଲାଂଜିଗଡ଼ର ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି । ଏହି ବ୍ୟାପକ କାର୍ଯ୍ୟକ୍ରମରେ ସାମିଲ ରହିଛି ଆତ୍ମ ନିଯୁକ୍ତି, ଦକ୍ଷତା ଗଠନ, ନେତୃତ୍ୱ ଓ ସଶକ୍ତୀକରଣ । ଶକ୍ତିମୟୀ ଫାଉଣ୍ଡେସନ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଏହି ପ୍ରକଳ୍ପରେ ୪୪ଟି ଗ୍ରାମର ୩୦୦ ସ୍ୱୟଂ ସହାୟକ ଗୋଷ୍ଠୀ ନିଯୁକ୍ତ ହୋଇଛନ୍ତି । ବର୍ତମାନ ୩,୦୦୦ରୁ ଅଧିକ ଗ୍ରାମୀଣ ମହିଳା ମାଇକୋଫାଇନାନ୍ସ ସହାୟତା ଏବଂ ଉନ୍ନତ ଉତ୍ପାଦ ବିପଣନ ଓ ଆୟରେ ଉନ୍ନତି ପାଇଁ ସଶକ୍ତୀ ସୁବିଧା କେନ୍ଦ୍ରର ସହଯୋଗରେ ବିଭିନ୍ନ ଆୟ ସୃଷ୍ଟିକାରୀ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି ।
ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ୍ର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଭାରତର ଅଧା ଆଲୁମିନିୟମ୍ ଅର୍ଥାତ ୨୦୨୨-୨୩ ଆର୍ଥିକ ବର୍ଷରେ ୨.୨୯ ନିୟୁତ ଟନ୍ ଉତ୍ପାଦନ କରାଯାଇଛି । ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦନର ଅଗ୍ରଣୀ ସଂସ୍ଥା ଯାହାକୁ ମୌଳିକ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଆଲୁମିିୟମ୍ ଶିଳ୍ପ ପାଇଁ ବିଶ୍ୱ ରାଙ୍କିଙ୍ଗ୍ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍ଆଇ) ୨୦୨୧ରେ ବେଦାନ୍ତ ଆଲୁମିନିୟମ୍ର ରାଙ୍କ ଦ୍ୱିତୀୟ ସ୍ଥାନରେ ରହିଛି ଯାହା ହେଉଛି ଏହାର ନିରନ୍ତରତା ବିକାଶ ପ୍ରଥାର ପ୍ରତିଫଳନ । ଭାରତରେ ବିଶ୍ୱଶ୍ରେଣୀର ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ରିଫାଇନାରି ଓ ପାୱାର ପ୍ଲାଂଟ୍କୁ ସହ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମ୍ର ଉଦୀୟମାନ ବ୍ୟବହାରକୁ ବଢ଼ାଇବା ପାଇଁ ଏହାର ଲକ୍ଷ୍ୟ ପୂରଣ କରୁଛି ।








