ହେଡଲାଇନସ୍:

ବିଜୁ ପରିବାର ର ନୂଆଁଖାଇ ଭେଟଘାଟ ଓ ବନ୍ଧୁ ମିଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ନୂଆଁଖାଇ ସାରିବା ପରେ ବିଭିନ୍ନ ସ୍ଥାନରେ ବିଶିଷ୍ଟ ବ୍ୟକ୍ତି , ଅନୁଷ୍ଠାନ ତରଫରୁ ସ୍ଵତନ୍ତ୍ର ଭାବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥାଏ । ଭେଟଘାଟ ମଧ୍ୟମ ରେ ସମସ୍ତେ ଏକତ୍ରିତ ହେବାର ସୁଯୋଗ ମିଳିଥାଏ । ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଳକ ର ଗୋପାଇପାଲି ଗ୍ରାମରେ ବିଜୁ ପରିବାର ତରଫରୁ ଏକ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଳନ ଉତ୍ସବ ପାଳନ କରାଯାଇଅଛି । ଏହି ଅବସରରେ କଦଳୀପାଲି ଶିବ ମନ୍ଦିର ରୁ ଆରମ୍ଭ କରି ଗୋପାଇପାଲି ଖେଳ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରେଲି ର ଆୟୋଜନ କରାଯାଇଥିଲା ।

ଏହି ଉତ୍ସବରେ ବିଜୁ ଜନତା ଦଳ ବରଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଭାସ ସିଂହ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ମହାପାତ୍ର, ଯୁବ ନେତା ଶ୍ରୀ ସୁବ୍ରତ ସିଂ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଏପିକଲ ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଭାତ ଆଦିତ୍ୟ ମିଶ୍ର, ବିଜେପୁର ଏନଏସି ଚେୟାରମ୍ୟାନ ଶ୍ରୀମତୀ ସୀତା ବାରିକ, ଓଡ଼ିଶା ମୋ ପରିବାର ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଗୌରହରି ମିଶ୍ର, ବିଜୁ ଯୁବ ଜନତାଦଳ ବରଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଗତିକୃଷ୍ଣ ମିଶ୍ର, ବରିଷ୍ଠ ବିଜେଡ଼ି ନେତା ଶ୍ରୀଯୁକ୍ତ ଲାଳବିକ୍ରମ ସିଂଦେଓ, ବରପାଲି ପ୍ୟାକ୍ସ ସଭାପତି ଶ୍ରୀ ଗୁରୁ ମେହେର, ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଲିମିଟେଡ଼ ଉପ-ସଭାପତି ଶ୍ରୀ ବିରୋସନ ସାହୁ, ଛାତ୍ର ଜନତା ଦଳ ବରଗଡ଼ ଜିଲ୍ଲା ସଭାପତି ଶ୍ରୀ କରନ ସିକନ୍ଦର, ବିଜୁ ମହିଳା ଦଳ ସମ୍ପାଦକ ଶ୍ରୀମତୀ ସକୁନ୍ତଳା ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ଶ୍ରୀଯୁକ୍ତ କିର୍ତ୍ତନ ଦାଶ, ରଞ୍ଜିତା ମହାନା, ଜୟକୃଷ୍ଣ ଦନସନା, ସବିତା ସାହୁ, ବରପାଲି ବ୍ଳକ୍ ସରପଞ୍ଚ ସଂଘ ସଭାପତି ଶ୍ରୀଯୁକ୍ତ ଅଧିକାରୀ ବାରିକ, ଅନନ୍ତ ସେଠ୍ ଗୋପାଇପାଲି ସରପଞ୍ଚ ଶ୍ରୀମତୀ ମିତା ପଧାନ ଙ୍କ ସହିତ ବରପାଲି ବ୍ଳକ ର ବିଭିନ୍ନ ସରପଞ୍ଚ, ସମିତି ସଭ୍ୟ, ତଥା ବରପାଲି ବ୍ଳକ ବିଜୁ ପରିବାର ର ହଜାର ହଜାର ସଦସ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault