ହେଡଲାଇନସ୍:

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • -ମତ୍ସ୍ୟ ଉତ୍ପାଦନରେ ଚତୁର୍ଥ ବୃହତ୍ତମ ରାଜ୍ୟ ଓଡିଶା

  • -ହୀରାକୁଦ ଜଳଭଣ୍ଡାରରେ ଆକ୍ବା କଲଚର୍ ଫାର୍ମ ନିର୍ମାଣ

  • -ମାଛ ଜାଆଁଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ ଓଡିଶା

ଭୁବନେଶ୍ବର:ଦେଶରେ ମତ୍ସ୍ୟ ଉତ୍ପାଦନରେ ଚତୁର୍ଥ ବୃହତ୍ତମ ରାଜ୍ୟ ହେଉଛି ଓଡିଶା । ମାଛ ଜାଆଁଳ ଉତ୍ପାଦନରେ ଆଜି ଆମ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇ ପାରିଛି । ବାର୍ଷିକ 31.50 ପ୍ରତିଶତ ହାରରେମତ୍ସ୍ୟ ଉତ୍ପାଦନରେ ରାଜ୍ୟରେ ଅଭିବୃଦ୍ଧି ଦେଖିବାକୁ ମିଳିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ୍ ତ୍ରିପାଠୀ । ଏନେଇ ଆଜି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଦେଶରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଓଡିଶା ସପ୍ତମ ବୃହତ୍ତମ ରାଜ୍ୟ ହୋଇପାରିଥିବା ବେଳେ ମାଛ ରପ୍ତାନୀ କରିବାରେ ମଧ୍ୟ ଓଡିଶା ଆଗୁଆ ରହିଛି । ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ, ବିକ୍ରୟ ଓ ବିତରଣରେ ଆଖି ଦୃଷ୍ଟିଆ ଅଭିବୃଦ୍ଧି ହୋଇପାରିଛି ବୋଲି ମତ ବ୍ୟକ୍ତ କରିଛନ୍ତି ଶ୍ରୀ ତ୍ରିପାଠୀ । ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ ।
100 କୋଟିର ବ୍ୟୟବରାଦରେ ହୀରାକୁଦ ଜଳଭଣ୍ଡାରରେ ଆକ୍ବା କଲଚର୍ ଫାର୍ମ ନିର୍ମାଣ କରାଯିବା ସହ ସେଠାରେମାଛ ଉତ୍ପାଦନ ସ୍ଥାନ, ପ୍ରକ୍ରିୟାକରଣ, ସାଧାରଣ ଭିତ୍ତିଭୂମି, ଆଦି ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଛି । ମଧୁର ଜଳ ମାଛ ଚାଷକୁ ସମର୍ଥନ କରି ରାଜ୍ୟ ସରକାର ଅନେକ ପ୍ରକାର ଯୋଜନା ହାତକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ବିଭିନ୍ନଜଳାଶୟକୁ ମାଛ ଚାଷ ପାଇଁ ପ୍ରସ୍ତୁତ କରିବା, ଜାଆଁଳ ଉତ୍ପାଦନକୁ ବୃଦ୍ଧି କରିବା, ମାଛ ଚାଷୀ ମାନଙ୍କୁ ରିହାତି ଦେବା ଏବଂ ଚାଷୀ ମାନଙ୍କୁ ମାଛ ଖାଦ୍ୟ ଯୋଗାଇଦେବାରେ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆ ଯାଉଛି । ରାଜ୍ୟରେ ମାଛ ଉତ୍ପାଦନ 7 ଲକ୍ଷ 62 ହଜାର ମେଟ୍ରିକ ଟନ୍ କୁ ବୃଦ୍ଧି ପାଇଛି । ଆଗକୁ ଉପକୂଳ ଓଡିଶାରେ ଲୁଣି ଜଳରେ ମାଛ ଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଉପକୂଳ ଓଡିଶାର ମତ୍ସଜୀବୀଙ୍କୁ ଟ୍ରଲର୍, ମାଛ ଧରିବା ଜାଲ, ଜେଟି, ମାଛ ବଜାର ସୃଷ୍ଟି କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଛି ।

0
0
0
s2sdefault