ହେଡଲାଇନସ୍:

ଶିକ୍ଷକ ଅଭାବ ନେଇ ଦୁଇ ଦିନ ହେଲା ସରାଗୁଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଝୁଲୁଛି ତାଲା , ଗଛ ମୂଳେ ଚାଲିଛି ପିଲାଙ୍କ ପାଠ ପଢା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) : ଡାବୁଗାଁ ତା ୧୨/୧୦/୨୩ ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ନେଇ ଗତକାଲି ବୁଧବାର ଠାରୁ ଗ୍ରାମବାସୀ ତାଲା ଠୁଙ୍କି ଛନ୍ତି | ଶିକ୍ଷକ ଅଭାବ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରି ତଥା ଡାବୁଗାଁ ବିଇଓ ଙ୍କୁ ଗତ ଏକ ମାସ ହେଲା ଅଭିଯୋଗ କରି ଆସିଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଇ ନ ଥିବାରୁ ଗ୍ରାମବାସୀ ବିଦ୍ୟାଳୟ ରେ ବୁଧବାର ଠାରୁ ତାଲା ଠୁଙ୍କି ଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ୨ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ୮ଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ ଶିକ୍ଷାଦାନ କରିବା କଷ୍ଟକର ବ୍ୟାପାର ହୋଇଛି | ପ୍ରଧାନ ଶିକ୍ଷକ ଅଧିକାଂଶ ସମୟ ଅଫିସ କାର୍ଯ୍ୟ ସହ ବିଦ୍ୟାଳୟ ର ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ଡାବୁଗାଁ ବିଇଓ ଙ୍କ କାର୍ଯ୍ୟାଳୟ କୁ ଆସୁଛନ୍ତି | ଏହି ସମୟରେ ଜଣେ ଶିକ୍ଷକ ୮ ଟି ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ପାଠ ପଢାଉ ଛନ୍ତି | ସୂଚନା ଥାଉ କି ଏହି ବିଦ୍ୟାଳୟରେ ପୂର୍ବରୁ ୪ ଜଣ ଶିକ୍ଷକ ଥିଲେ । ପ୍ରଧାନ ଶିକ୍ଷକ ଅବସର ପରେ ତିନି ଶିକ୍ଷକ ଶିକ୍ଷାଦାନ କରୁଥିଲେ। ତେବେ ତିନି ଶିକ୍ଷକ ମଧ୍ୟରୁ କିଛି ଦିନ ଆଉ ଜଣେ ଶିକ୍ଷକ ଙ୍କୁ ଡାବୁଗାଁ ଏକ୍ସ୍ ବୋର୍ଡ ବିଦ୍ୟାଳୟକୁ ବଦଳି ପରେ ମାତ୍ର ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି | ଶିକ୍ଷକ ବଦଳି ପରେ ଏହି ବିଦ୍ୟାଳୟ ରେ ନୂତନ ଶିକ୍ଷକ ଆସିବେ ବୋଲି ଗ୍ରାମବାସୀ ଆଶା ବାନ୍ଧିଥିଲେ।ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ , ବ୍ଲକ ଶିକ୍ଷା ଅଧିକାରୀ ଓ ଡାବୁଗାଁ ବିଧାୟକ ଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଓ ଅଭିଭାବକ ମାନେ ବୁଧବାର ବିଦ୍ୟାଳୟରେ ତାଲା ଠୁଙ୍କି ଥିଲେ। ବିଦ୍ୟାଳୟ ରେ ଦୁଇଦିନ ହେଲା ତାଲା ପଡ଼ିଥିବାରୁ ପିଲା ମାନେ ବିଦ୍ୟାଳୟ ସମ୍ମୁଖ ଗଛମୂଳେ ପାଠ ପଢୁ ଛନ୍ତି। ମଧ୍ୟାହ୍ନ ଭୋଜନ ମଧ୍ୟ ଗଛମୂଳେ ରୋଷେଇ ହୋଇ ପିଲାଙ୍କୁ ଦିଆଯାଉଛି।ନୂତନ ଶିକ୍ଷକ ନିଯୁକ୍ତି ନ ହେବାଯାଏ ବିଦ୍ୟାଳୟ ରୁ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଜିଦ୍ ଧରିଛନ୍ତି ।

ଗତକାଲି ଡାବୁଗାଁ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ ଓ ସିଆରସିସି ଶ୍ରୀକାନ୍ତ ପଣ୍ଡା ବିଦ୍ୟାଳୟ ରୁତାଲା ଖୋଲିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା ଗ୍ରାମବାସୀ ଶିକ୍ଷକ ନିଯୁକ୍ତି ନ ହେବା ଯାଏ ବିଦ୍ୟାଳୟ ର ତାଲା ଖୋଲା ଯିବ ନାହିଁ ବୋଲି କହିଛନ୍ତି। ଏହି ତାଲା ବନ୍ଦ ସମ୍କଆୟାରେ ଗ୍ରାମର କପୁର ଚନ୍ଦ୍ର ମାଝୀ, ଲାଇବାନ ଭତ୍ରା, ସୁକଦେବ ଭତ୍ରା, ଚୈତନ୍ୟ ଭତ୍ରା , ବଳରାମ ପନକା, ପୁରନ ମାଝୀ, ଦଳ ପୂଜାରୀ, ଚନ୍ଦ୍ର ପୂଜାରୀ, ବେଣୁ ଭତ୍ରା, ରାଜାରାମ ମାଝି, ମନବୋଧ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault