ସାରସକଣା ରୁ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନସ୍ଥ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ସୋୟାବିନ ତରକାରିରେ ପୋକ ବାହାରିବାକୁ ନେଇ ଅଭିଯୋଗ କରିଛନ୍ତି ଅଭିଭାବକ । ସୂଚନା ଅନୁସାରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାବେଳେ ସୋୟାବିନ ତରକାରିରେ ପୋକ ବହାରି ବାରୁ ସେମାନେ ଖାଦ୍ୟକୁ ନ ଖାଇ ଘରକୁ ଆସି ସେ ବାବଦରେ ତାଙ୍କ ଅଭିଭାବକ ମାନଙ୍କୁ ଜଣାଇ ଥିଲେ । ଏହା ଶୁଣି ଅଭିଭାବକ ମାନେ ବିଦ୍ୟାଳୟ କୁ ଆସି ସତକୁ ସତ ସୋୟାବିନ ତରକାରୀ ରେ ପୋକ ଭାସୁଥିବାର ଦେଖିଲେ । ତେବେ ସ୍ଥାନୀୟ ମାଆ ଅମ୍ବିକା ଏସ.ଏସ. ଜି. ଗ୍ରୁପ ଛାତ୍ର ଛାତ୍ରୀ ମାନଙ୍କୁ ଖାଦ୍ୟ ଦେବାର ଦାୟିତ୍ଵ ନେଇଥିବା ବେଳେ ଅଭିଭାବକ ଏଵଂ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଅତି ନିମ୍ନ ମାନର ଖାଦ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ତେବେ ନିମ୍ନ ମାନର ଖାଦ୍ୟ ଦିଆଯାଉ ଥିବା ବେଳେ ଅଭିଯୋଗ ଆଣିଲେ ଗ୍ରୁପ ର ମାଡାମ ଦେଖାଉଛନ୍ତି ନାଲି ଆଖି । ଅନ୍ୟପଟେ ବିଦ୍ୟାଳୟ ଟି ବ୍ଲକ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ପ୍ରାୟ ତିନି ଶହ ମିଟର ନିକଟବର୍ତ୍ତୀ ହୋଇଥିବା ବେଳେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।
ରାଜ୍ୟ
ମଧ୍ୟାହ୍ନ ଭୋଜନରେ ପୋକ ବାହାରୁଥିବା କୁ ନେଇ ଅଭିଯୋଗ ।
- Hits: 343








