ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୨.୧୦.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂହପୁର ଅନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ କ୍ୟାନପି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜନସାଧାରଣଙ୍କ ସଚେତନତା ନିମନ୍ତେ ସ୍ଥାପିତ କରାଯାଇଥିଲା । ତାପରେ ସମସ୍ତେ ସଭାଗୃହ ଠାରେ ଉପସ୍ଥିତ ହୋଇଥିଲେ, ଭକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରାଯାଇଥିଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ମାନସିକ ରୋଗର ବିଭିନ୍ନ ସାମାଜିକ ସମସ୍ୟା ଓ ଏହାର ନିରାକରଣ ବିଷୟରେ ଅବଗତ କରାଇଥିଲେ ଓ ଏହା ପରିବାରରୁ ଆରମ୍ଭ କରିବା ଉଚିତ ଓ ମୋବାଇଲ ଫୋନରେ ନିଜକୁ ସୀମିତ ନ ରଖି ପରସ୍ପର ସହ ସେହ ସହାନୁଭୁତିର ସହ କଥାବାର୍ତ୍ତା ହେବା ଉଚିତ ଓ ପିଲାମାନଙ୍କୁ ମଧ୍ୟ ଶିଖେଇବା ଉଚିତ ବୋଲି ଅବଗତ କରାଇଥିଲେ । ଏ.ଡ଼ି.ଏମ ଡାକ୍ତର ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଏହା ବିଗତ ଦୁଇ ବର୍ଷର କୋଭିଡ ସମୟରେ ସୃଷ୍ଟି କରିଥିବା ସମସ୍ୟା ଓ କେତେ ଜୀବନ ନଷ୍ଟ କରିଦେଇଥିଲା, ଆମମାନଙ୍କ କଣ ସବୁ ଭୂମିକା ରହିଛି ସେ ବିଷୟରେ ଅବଗତ କରାଇଥିଲେ , ଡି.ପି.ଏଚ ଓ ଡାକ୍ତର ଶତ୍ରୁଘନ ଦାଶ ସୁସ୍ଥ ମାନସିକ ବ୍ୟକ୍ତି କାହାକୁ କହିବା ଓ କେଉଁ ସବୁ ଲକ୍ଷଣ ହେଲେ ମାନସିକ ରୋଗ ବୋଲି ସନ୍ଦେହ କରିବା ଏବଂ କଣ ଚିକିତ୍ସା ଓ ପରାମର୍ଶ ଦେବା । ସେସବୁ ବିଷୟରେ ଅବଗତ କରାଇଥିଲେ, ମାନସିକ ସୁସ୍ଥତା ଥିବା ବ୍ୟକ୍ତି ସବୁ ସମୟରେ ସଫଳତା ପାଇଥାଏ, ନିଜକୁ ଓ ନିଜ ମନକୁ ସବୁବେଳେ ସୁସ୍ଥ ରଖିବାକୁ ଚେଷ୍ଟା କରିବା ପାଇଁ ସମସ୍ତଙ୍କୁ ଜଣାଇଥିଲେ । ଡି.ପି.ଏମ ଇନବୋର୍ଟ ତାଳମାଧବ ରଥ ମାନସିକ ରୋଗର କଣ ସବୁ ଚିକିତ୍ସା ବ୍ୟବସ୍ଥା ଅଛି ଓ ଗୋଷ୍ଠୀସ୍ତରରେ ଆଶା ଓ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ବିଭାଗର ତାପସ ମଲ୍ଲିକ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଏହି ରୋଗର କାରଣ ଓ କଣ ଚିକିତ୍ସା ଆବଶ୍ୟକ ସେ ବିଷୟରେ ଜଣାଇଥିଲେ । ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ବିଭାଗର ସୁମିତା ମାଝୀ ମାନସିକ ରୋଗର ଲକ୍ଷଣ ଓ ନିରାକରଣର ଉପାୟମାନ ଅବଗତ କରାଇଥିଲେ | ସୁଦ୍ଧାନନ୍ଦ ବିଦ୍ୟାଳୟରେ ପୂର୍ବରୁ ମାନସିକ ସ୍ବାସ୍ଥ୍ୟ ବିଷୟରେ ଏକ ପୋଷ୍ଟର ତିଆରି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ସେଥ‌ିରେ ଯେଉଁ ଛାତ୍ରୀମାନେ ଅଂଶଗ୍ରହଣ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ପୁରସ୍କୃତ କରିଥିଲେ, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ଟିଉଟର ଓ ଛାତ୍ରଛାତ୍ରୀ ସୁଦ୍ଧାନନ୍ଦ ବିଦ୍ୟାଳୟର ଛାତ୍ରୀମାନେ, ଆଶାକର୍ମାଙ୍କ ସମେତ ଜିଲ୍ଲାସ୍ତରରୁ, ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ବିଭାଗର ପ୍ରଶାନ୍ତ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault