ହେଡଲାଇନସ୍:

୩୧ ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ - ୨୦୨୩ ପାଇଁ ପ୍ରକଳ୍ପ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ , ନାମନଗଡ ଛାତ୍ରଛାତ୍ରୀମାନେ ୩୧ ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ - ୨୦୨୩ ପାଇଁ ପ୍ରକଳ୍ପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଉଦ୍ଦେଶ୍ୟ ରେ ମୁଖ୍ୟ ବିଷୟ ସ୍ବାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା କୁ ଜାଣିବା ଓ ଉପବିଷୟ ସ୍ବାସ୍ଥ୍ୟ , ପୃଷ୍ଟି ଓ ସୁସ୍ଥତା ସକାଶେ ପ୍ରୋତ୍ସାହନ / ବିକାଶ ଦିଗରେ ପଦକ୍ଷେପ ଉପରେ ଆଧାରିତ '' ନାମନଗଡ ଗ୍ରାମରେ ଜଳବାୟୁ ପରିବର୍ତ୍ତନ ଫଳରେ ମନୁଷ୍ୟ , ଅନ୍ୟାନ୍ୟ ପ୍ରାଣୀ ଓ ଉଦ୍ଭିଦ ଠାରେ ଦେଖାଯାଉଥିବା ରୋଗ ତଥା ସ୍ୱାସ୍ଥ୍ୟହାନୀ'' ଉପରେ ସର୍ବେକ୍ଷଣ କୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ଦଳର ମୁଖ୍ୟ ଆମର ଜ୍ୟୋତି ଲିମ୍ମା ନବମ ଶ୍ରେଣୀ ଛାତ୍ର ଓ ସହଯୋଗୀ ଛାତ୍ର ଲଛମନ ବିନ୍ଧାଣୀ ନବମ ଶ୍ରେଣୀ।ସହାୟକ ଶିକ୍ଷୟିତ୍ରୀ ଶ୍ରୀମତୀ ଟି. ଦୀପିକା ଏବଂ ଶ୍ରୀ ରଞ୍ଜିତ ନାୟକଙ୍କ ତତ୍ତ୍ୱାବଧାନରେ ନାମନଗଡ ଗ୍ରାମ ବୁଲି ଜଳବାୟୁ ପରିବର୍ତ୍ତନ ସର୍ବେକ୍ଷଣ ଆରମ୍ଭ କରିଛନ୍ତି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହରିହର ଦାଶଙ୍କ ସହଯୋଗରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି।
ଆସନ୍ତା ୧୩-୧୦-୨୦୨୩ ତାରିଖରେ ବି.ଏମ୍.ଉଚ୍ଚ ବିଦ୍ୟାଳୟ ଖାରଡ଼ା ଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ସଚେତନତା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ କୁ ରୋକିବା ନିମନ୍ତେ ପଦକ୍ଷେପକ ନେବ।

0
0
0
s2sdefault