ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଗଜପତିଙ୍କ ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇ ଏସ୍ ଆର୍ ଡ଼ି ଓ ଜିଲ୍ଲା ସାମାଜିକ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଗଜପତିରେ ଲିଙ୍ଗ ର ଅନୁପାତ ଭଲ ଥିବା ଯୋଗୁଁ ଗଜପତି ବାସୀଙ୍କୁ ସାଧୁବାଦ ଜଣାଇ ଝିଅ ମାନଙ୍କ ପାଇଁ ହେଉଥିବା ସମସ୍ତ ଯୋଜନାକୁ ଆଲୋକପାତ କରିଥିଲେ।ସର୍ବପ୍ରଥମେ ଶିଶୁ କନ୍ୟାଙ୍କ ଦ୍ୱାରା କେକ୍ କାଟି ଜିଲ୍ଲାପାଳ ମହୋଦୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଜିଲ୍ଲା ସ୍ତରରେ ବେଟି ବଚାଓ ଓ ବେଟି ପଢ଼ାଓ ଯୋଜନାକୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଦ୍ୱାଦଶ ଶ୍ରେଣୀର କଳା , ବାଣିଜ୍ୟ ଓ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ୨୫,୦୦୦/- ଟଙ୍କା ପୁରସ୍କାର ଓ ପ୍ରଶଂସା ପତ୍ର ଏବଂ ଗଜପତି ର ସମସ୍ତ ବ୍ଲକର ଦଶମ ଶ୍ରେଣୀରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ୧୦,୦୦୦, ୮୦୦୦ ଓ ୭୦୦୦ ଟଙ୍କା ଅର୍ଥ ସହ ପ୍ରଶଂସା ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଉକ୍ତ ପିଲାମାନଙ୍କୁ ପ୍ରଦାନ କରିଥିଲେ।
ଉତ୍କଳ ବାଳଶ୍ରମର ଶିଶୁ କନ୍ୟାମାନେ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାଶ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଓ ସୁନିତା ପଟ୍ଟନାୟକ (ସୁରକ୍ଷା ଅଧିକାରିଣୀ ) ପ୍ରମୁଖ ଉପସ୍ଥିତ ରହି କୈଳାଶ ସତ୍ୟାଥୀ ଚିଲଡ୍ରେନ ଫୋୖଣ୍ଡ୍ସନ ର ଏକ ପୁସ୍ତକ "When Children Have Children" ଉନ୍ମୋଚନ କରିଥିଲେ।
କନ୍ୟା ସନ୍ତାନ ମାନେ ଆଗକୁ କିପରି ବଡ଼ିବେ ଉତ୍ସାହିତ କରିଥିଲେ।
ପରେ ପରେ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ କନ୍ୟା ସନ୍ତାନ ଜନ୍ମ ଦେଇଥିବା ମାଆ ମାନଙ୍କ ପାଖରେ ଉପସ୍ଥିତ ହୋଇ ମାଆ ମାନଙ୍କୁ ଏକ ପ୍ରଶଂସା ପତ୍ର ସହ ବେବି କିଟ, ଚକୋଲେଟ ପ୍ୟାକେଟ ଓ ଏକ ବେଗ ପ୍ରଦାନ କରିବା ସହ କନ୍ୟା ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।
ଏହି କାର୍ଯ୍ୟକ୍ରମକୁ କନ୍ୟା ଦିବସ ପାଳନ କରିବା ପାଇଁ "ସଖି" ୱାନ୍ ଷ୍ଟପ୍ ସେଣ୍ଟର , ଜିଲ୍ଲା ଶିଶୁ ସୁରକ୍ଷା , ସିସିଡି, ଜିଲ୍ଲା ସାମାଜିକ ସୁରକ୍ଷା , କର୍ମଚାରୀ ଉପସ୍ଥିତ ରହି କାଯ୍ୟକ୍ରମକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ।
ରାଜ୍ୟ
ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ କନ୍ୟା ଦିବସ ପାଳନ
- Hits: 269








