ଜଗତସିଂହପୁର,ତା-୧୧.୧୦.୨୦୨୩/ସୁମନ୍ତ କୁମାର ଦାସ:ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି । ଆଜି ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ର ଏରସମା ବ୍ଳକ ବିଜେଡି ସଭାପତି ପ୍ରୀତବାସ ଗୋଛାୟତ ଙ୍କ ନେତୃତ୍ୱ ରେ ଜନସମ୍ପର୍କ ପଦଯାତ୍ରା ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଅକୁଣ୍ଠ ସ୍ନେହ ଓ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ତୃଣମୂଳସ୍ତରରେ ଘରେ ଘରେ ପହଞ୍ଚି ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ଅନ୍ତର୍ଭୁକ୍ତ କରାଇବା ଏହି ଜନ ସମ୍ପର୍କ ପଦଯାତ୍ରାର ମୂଳ ଲକ୍ଷ୍ୟ। ପଦଯାତ୍ରା ପ୍ରଥମେ ବାଲିକୁଦା ବଜ଼ାର ମୁଖ୍ୟ ରାସ୍ତାଠାରୁ ବାହାରି ଗୋଡ଼ା ଅଞ୍ଚଳ ରେ ପହଁଚି ଥିଲେ । ସେହିପରି ଗୋଡ଼ା ଗ୍ରାମରେ ଲୋକ ସମ୍ପର୍କ ପଦଯାତ୍ରା ସାମିଲ ହୋଇଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ରଘୁନନ୍ଦନ ଦାସ ସାଂସଦ ଡ଼ଃ ପ୍ରସନ ପାଟଶାହାଣି,ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା, ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ର ଜିଲ୍ଲାସଭାପତି ରବୀନାରାୟଣ ଜେନା ଜୋତିଶ, ରାଜ୍ୟ ବିଜେଡି ସମ୍ପାଦକ ସାରଦା ପ୍ରସାଦ ଜେନା, ନାରୀ ନେତ୍ରୀ ମୀରା ଦାସ, ଜିଲ୍ଲା ସଭାପତି ରବିନାରାୟଣ ଜେନା, ବାଲିକୁଦା ବ୍ଳକ ଅଦକ୍ଷ ପ୍ରକାଶ ପ୍ରଧାନ, ଏରସମା ବ୍ଳକ ଅଦକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ଏହି ଉଦଯାପନୀ ଦିବସ ରେ ସରକାର ଙ୍କ ଉର୍ନ୍ନତି କରଣ ଯୋଜନା ଉପରେ ସାଧାରଣ ଲୋକ କିଭଳି ପାଇପାରିବେ ଆଲୋଚନା କରିଥିଲେ l
ରାଜ୍ୟ
ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତାଦଳ ର ଜନସମ୍ପର୍କ ପଦଯାତ୍ରା ଉଦଯାପନୀ ଦିବସ
- Hits: 322








