ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: ପ୍ରସ୍ତାବିତ ଘୁମୁସରଜିଲ୍ଲା ଦାବିକୁ ନେଇ ଘୁମୁସର ଅନ୍ତର୍ଗତ ବିଭିନ୍ନ ସହର, ବ୍ଳକ, ଓ ସବ୍ ଡିଭିଜନରେ ଭିନ୍ନ ଭିନ୍ନ ସମୟରେ ଆନ୍ଦୋଳନ ଓ ବନ୍ଦ୍ ପାଳନ ହୋଇଆସିଛି। ସେହିପରି ଆଜି ମଧ୍ୟ ସଂପୂର୍ଣ୍ଣ ଚକ ଅଖ ବନ୍ଦ୍ ଡାକରା ସଫଳ ହୋଇଛି।
ଘୁମୁସର ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ୧୧ ଅକ୍ଟୋବର ବେଲଗୁଣ୍ଠI ରେ ଚକ ଅଖ ବନ୍ଦ୍ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜଣାଯାଇଛି I ଘୁମୁସର ଜିଲ୍ଲା ଗଠନ ଆନ୍ଦୋଳନ, ବିଭିନ୍ନ ସମୟରେ ବିଭିନ୍ନ ବ୍ଲକ ତଥା ଭଞ୍ଜନଗର ସହର କୁ ସମ୍ପୂର୍ଣ୍ଣ ବନ୍ଦ ରଖି ନିଜର ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରି ଆସିଛି , କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନଥିଲେ। ଘୁମୁସର ଜିଲ୍ଲା ଆନ୍ଦୋଳନ କୁ ବ୍ୟାପକ କରିବା ଏବଂ ଏହି ଆନ୍ଦୋଳନ ପ୍ରତି ଗାଁ ମାନଙ୍କରେ ପହଞ୍ଚାଇବା କୁ ଚେଷ୍ଟା କରାଯାଇଛି।ଆଜିର ଏହି ବନ୍ଦ୍ ଡାକରା ରେ ଗୋବରା, ଗାଂଗପୁର, କ୍ଷତ୍ରିୟବରପୁର, କଂଟେଇପଲ୍ଲୀ ଅଞ୍ଚଳରେ ମଧ୍ୟ ପ୍ରଭାବ ଅନୁଭୂତ ହୋଇଛି I ପ୍ରତ୍ୟେକ ଜାଗାରେ ସ୍ବତଃସ୍ଫୁର୍ତ୍ତ ଭାବେ ଜନସାଧାରଣ ଏଇ ଆନ୍ଦୋଳନକୁ ଅଦ୍ଭୁତପୂର୍ବ ସମର୍ଥନ ଜଣାଇଥିବା ଲକ୍ଷ୍ଯ କରାଯାଇଛି । ବେଲଗୁଣ୍ଠIର ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି, ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ରୋଟାରୀ କ୍ଲବ୍ ସହକାରୀ ଗଭର୍ଣ୍ଣର ଭି. ଦେବୀପ୍ରସାଦ ପାତ୍ର, ପ୍ରେସ୍ କ୍ଲବ୍ ର ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ପ୍ରେସ୍ ମିଡିଆର ସଭାପତି ସତୀଶ ରେଡି, ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଭିମନ୍ୟୁ ପଟ୍ଟନାୟକ, ଅଶୋକ କୁମାର ପଣ୍ଡା ଓ ସୁଦୂର ରାଉଲକେଲା ରୁ ଆସିଥିବା ସମାଜ ସେବୀ ପ୍ରକାଶ ପତି ଙ୍କ ଭୂମିକା ଉଲ୍ଲେଖନୀୟ ଥିଲା I ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ, ସାଧାରଣ ସମ୍ପାଦକଦ୍ବୟ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଓ ଶ୍ରୀ ପ୍ରଶାନ୍ତ ବିଶୋୟୀ ବେଲଗୁଣ୍ଠIବାସୀଙ୍କ ଏ ବନ୍ଦପାଳନରେ ସହଯୋଗୀ ହୋଇ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିବା ଜଣାପଡିଛି I ଭଂଜନଗରରୁ "କବିସମ୍ରାଟ ଉପେନ୍ଦ୍ର ଭଂଜ ମିଡିଆ କ୍ଲବ ଭଞ୍ଜନଗର" ର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ଙ୍କ ସମେତ ଉଦୟ ନାଥ ପଣ୍ଡା, ରଞ୍ଜିତ ଜେନା,ଦିଲ୍ଲୀପ ପଗଡ଼ ,ମନୋଜ ଗୌଡ଼, ଶିବ ପ୍ରଧାନ ତଥା ଘୁମୁସର ବାହିନୀ ର ନଚିକେତା ପ୍ରଧାନ ,ବିପଦର ବନ୍ଧୁ ସଂଗଠନର କର୍ମକର୍ତ୍ତା, ଗୋବରାର ମାଁ ବୁଢାକେନ୍ଦୁ ଯୁବକ ବାହିନୀ ବାହାରୁ ଯୋଗଦାନ କରି ଆନ୍ଦୋଳନକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଜଣାପଡିଛି I ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସୋମନାଥ ନାୟକ ବେଲଗୁଣ୍ଠI ବ୍ଲକ୍ ଓ ଏନ୍.ଏ.ସି. ବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି I








