ହେଡଲାଇନସ୍:

ଡେରାବିଶ୍ ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସାରା ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇଛି l ଦୀର୍ଘ ଏକ ମାସ ଧରି ଏହି ପଦଯାତ୍ରା ଚାଲିବ lକେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକରେ ଆଜି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି lତେବେ ଆଜି ଡେରାବିଶ ବଜାର ଦଧିବାବନଜୀଉ ମନ୍ଦିର ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ବାହାରି ଦୁମୁକା ଦେଇ ଚାଟରାଚକଡ଼ା ବାସନ୍ତୀ ଠାକୁରାଣୀଙ୍କ ମନ୍ଦିରରେ ଶେଷ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଯୋଗଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ,ବିଜେଡି ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ ,ବ୍ଲକ ଆତ୍ମା ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ସମେତ ବ୍ଲକର ବହୁ ଦଳୀୟ କର୍ମକର୍ତ୍ତା ,ସରପଞ୍ଚ ଓ ସମିତିସଭ୍ୟ ମାନେ ଯୋଗଦେଇଥିଲେ ।

0
0
0
s2sdefault