ହେଡଲାଇନସ୍:

ଅଷ୍ଟ୍ରେଲିଆ ସିନେଟ ସଭାପତିଙ୍କ ନେତୃତ୍ବରେ ସାଂସଦ ପତିନିଧି ଦଳଙ୍କ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭାରତ- ଆଷ୍ଟ୍ରେଲିଆ ସର୍ମ୍ପକ ଆହୁରି ସୁଦୃଢ ହେବ


ଭୁବନେଶ୍ବର, ୧୧।୧୦- ଅଷ୍ଟ୍ରେଲିଆ ସିନେଟ ସଭାପତି ସୁ ଲାଇନସ ଏବଂ ଅଷ୍ଟ୍ରେଲିଆ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ ବାଚଷ୍ପତି ମିଲଟନ ଡିକ୍‌ଙ୍କ ନେତୃତ୍ବରେ ଏକ ୬-ଜଣିଆ ସାଂସଦ ପତିନିଧି ଦଳ ଆଜି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ସହ ଭାରତ-ଆଷ୍ଟ୍ରେଲିଆ ସୁସର୍ମ୍ପକ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଜସସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଶ୍ବ ମାନଚିତ୍ରରେ ଭାରତର ଲୋକପ୍ରିୟତା ଓ ଅଭିବୃଦ୍ଧି ଏବଂ ପୃଥିବୀର ସର୍ବବୃହତ ରାଜନୈତିକ ଦଳ ବିଜେପିର ଲୋକପ୍ରିୟତା ସେମାନଙ୍କୁ ଆକୃଷ୍ଟ କରିଥିବା ମତ ପ୍ରକାଶ କରିଛନ୍ତି।

ଏହି ଆଲୋଚନାରେ ଭାରତ-ଆଷ୍ଟ୍ରେଲିଆର ସୁସର୍ମ୍ପକ ନେଇ ସଫଳ ଆଲୋଚନା ହୋଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ସାଂସଦ ଲିବି କୋକର, ମୁଖ୍ୟ ସଚେତକ ଯୋଆନି ରିୟାନ, ସିନେଟର ଡିନ୍‌ ସ୍ମିଥ, ସିନେଟର ରାଲିଫ୍‌ ବାବେଟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହୋଇଥିବା ଶ୍ରୀ ପଣ୍ଡା କହିଛନ୍ତି।

0
0
0
s2sdefault