ହେଡଲାଇନସ୍:

ଆପଣଙ୍କ ଦୟାରୁ ମୁଁ ବିଧାୟିକା :- ବର୍ଷା ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ ଦୁଇ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ  ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ  ସରକାର ଙ୍କର ବିଭିନ୍ ଉନ୍ନୟନ ମୁକଲ କାର୍ୟ୍ଯ ଓ ଯୋଜନା ବାବଦରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦଳର ନେତୃ ମଣ୍ଡଳୀ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ଝାରବନ୍ଧ ବ୍ଲକ ବିଜୁ ଜନତା ଦଳ ତରଫରୁ ବିଧାୟିକା ବର୍ଷା ସିଂ ବରିହା ଙ୍କର ନେତୃତ୍ୱରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ଡଭା ଗ୍ରାମରୁ ଜାମପାଳି ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ 4 କିଲୋମିଟର ର ପଦଯାତ୍ରା ର ଆୟୋଜନ କରାଯାଇଥିଲା ।

ଏହି ପଦଯାତ୍ରା ଆରମ୍ଭ ରୁ ବିଧାୟିକା ଙ୍କର ସହିତ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ , ଭେଉରିଆ ର ପୂର୍ବତନ ସରପଞ୍ଚ , ଜିଲ୍ଲା ମହିଳା ଜନତା ଫଳର ଉପସଭା ନେତ୍ରୀ ଶ୍ରୀମତୀ ରଜନୀ ସାହୁ , ବିଜୁ ଜନତା ଦଳର ସମ୍ପାଦକ ରାଜୁ ଘିବେଳା ଙ୍କର ସମେତ ଦୁଇ ହଜାର ରୁ ଅଧିକ ମହିଳା ଓ ହଜାର ହଜାର କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ । ପଦଯାତ୍ରା ଜାମପାଲି ଗ୍ରାମକୁ ପହଁଚିବା ପରେ ଗ୍ରାମ ବାସୀ ଙ୍କର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପଦଯାତ୍ରା ସଭା ସ୍ଥଳ କୁ ପହଂଚିବା ପରେ ପ୍ରାୟ ଚାରି ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କୁ ଦଳୀୟ ନେତୃ ମଣ୍ଡଳୀ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାମ ଓ ଲୋକାଭିମୁଖୀ ଯୋଜନା ଗୁଡିକ ବାବଦରେ ଅବଗତ କରାଇଥିଲେ । ନିଜର ଉଦ୍ବୋଧନ ଦେଇ ବିଧାୟିକା କହିଥିଲେ ଯେ ଆପଣ ମାନଙ୍କ ଆଶୀର୍ବାଦ ରୁ ଆଜି ମୁଁ ବିଧାୟିକା , ମତେ ଆପଣ ମାନେ କୋଣସି ବଡ଼ ଲୋକ ନ ଭାବି ନିଜର ଝିଅ ବା ଭଉଣୀ ଭାବିଲେ ମୁଁ ଅତିବେସୀ ଖୁସି ହେବି, ମୁଁ ଆପଣଙ୍କ ପରିବାର ର ଜଣେ ସଭ୍ୟ , ଆପଣ ମୋର ବାପା ଙ୍କୁ ଯେମିତି ଆଶୀର୍ବାଦ ପ୍ରଦାନ କରିଥିଲେ ମତେ ମଧ୍ୟ ଆପଣ ମାନଙ୍କର ସେହିଭଳି ଆଶୀର୍ବାଦ ଦରକାର । ଆପଣ ମାନେ ଏହି ପଦଯାତ୍ରା ରେ ମୋ ସହିତ ସାମିଲ ହୋଇ ଯେମିତି ପାଦରେ ପାଦ ମିଶେଇ ଚାଲିଛନ୍ତି, ପଦ୍ମପୁର ନିର୍ବାଚନ ମଣ୍ଡଳୀର ଆହୁରି ବିକାଶ ପାଇଁ ମୁଁ ଆପଣଙ୍କ ସମସ୍ତେ ଙ୍କର ନିକଟରୁ ସେହିଭଳି ସାହାଯ୍ୟ ଓ ସହଯୋଗ ର ଆଶା କରୁଛି । ଆପଣ ମାନଙ୍କ ଭଲ ପାଇବା ମତେ ଆଗକୁ ଆପଣ ମାନଙ୍କ ପାଇଁ କାମ କରିବାକୁ ଆହୁରି ପ୍ରେରଣା ଦେବ ।

ଏହା ସହିତ ବିଧାୟିକା ଅଞ୍ଚଳ ର ବିକାଶ ଓ ହେଉଥିବା ଉନ୍ନୟନ ମୂଳକ କାମ ଉପରେ ଆଲୋକପାତ କରିବା ସହିତ ଅଞ୍ଚଳର ବିକାଶ ପାଇଁ ସମସ୍ତେ ମିଶି କାମ କରିବା ପାଇଁ ନିବେଦନ କରିଥିଲେ । ବିଜୁ ମହିଳା ଜନତା ଦଳର ଉପ ସଭା ନେତ୍ରୀ ଶ୍ରୀମତୀ ରଜନୀ ସାହୁ ଙ୍କର ଉଦବୋଧନ ଉପସ୍ଥିତ ଜନସାଧାରଣ ଙ୍କୁ ଉତ୍ସାହିତ କରିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତୀ ରଜନୀ ସାହୁ ଡଭା ଗ୍ରାମର ଝିଅ । ଏହି ଅଞ୍ଚଳ ରେ ସାଧାରଣତଃ ଲୋକ ମାନେ ଓଡିଆ ସହିତ ଛତିଶଗଡି ଭାଷାରେ କଥାବାର୍ତ୍ତା କରିଥାନ୍ତି । ଅଭିଭାଷଣ ପୂର୍ବରୁ ଉପସ୍ଥିତ ଜନସାଧାରଣ ତାଙ୍କୁ ଛତିଶଗଡ଼ି ଭାଷାରେ ଲୋକଙ୍କୁ ସମ୍ବୋଧିତ କରିବାକୁ କହିଥିବା ବେଳେ ଶ୍ରୀମତୀ ରଜନୀ ସାହୁ ଲୋକଙ୍କ କଥା ରଖି ଶୁଦ୍ଧ ଛତିଶଗଡ଼ି ଭାଷାରେ ନିଜର ଅଭିଭାଷଣ ମାଧ୍ୟମ ରେ ରାଜ୍ୟ ସରକାର ଙ୍କର ଯୋଜନା ଉପରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ହୃଷିକେଶ ବରିହା , ବ୍ଲକ ସଭାପତି ଯତୀନ୍ଦ୍ର ହାତୀ ପ୍ରମୁଖ ନିଜର ମତାମତ ରଖିଥିଲେ ।।

0
0
0
s2sdefault