ହେଡଲାଇନସ୍:

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବିଇଓ ଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ବିଇଓ ଶିବ ଶଙ୍କର ମଣ୍ଡଳ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଆରସିସି ଭଗବାନ ମାଝୀ, ଅଙ୍ଗନୱାଡ଼ି ସୁପର ଭାଇଜର ସାଇରାବାନୁ ଓ ବିମଳା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବିଡିଓ ଶରତ ମାଝୀ ଶିଶୁ କନ୍ୟା ମାନଙ୍କ ସୁରକ୍ଷା, ସାମାଜିକ ନ୍ୟାୟ ଓ ସଚେତନ ଦିଗରେ ସମଗ୍ର ନାରୀ ସମାଜ କାର୍ଯ୍ୟ କରିବାକୁ କହିଥିଲେ। କନ୍ୟା ଭ୍ରୁଣ ହତ୍ୟା ଓ ବାଲ୍ୟ ବିବାହ ରୋକିବାକୁ ସମସ୍ତେ ମିଳିତ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ। ବିଇଓ ଶିବ ଶଙ୍କର ମଣ୍ଡଳ ଶିଶୁ କନ୍ୟା ମାନଙ୍କ ଶିକ୍ଷା,ଶାରୀରିକ ଅଭିବୃଦ୍ଧି ଓ ମାନସିକ ବିକାଶ ଦିଗରେ କାର୍ଯ୍ୟ କରିବା ନେଇ କହିଥିଲେ। ହିଂସାମୁକ୍ତ ଜୀବନ ଯାପନ ପାଇଁ ଶିଶୁ କନ୍ୟା ଙ୍କୁ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ଵାରା କନିଷ୍ଠ ଓ ବରିଷ୍ଠ ବର୍ଗ ରେ ପ୍ରବନ୍ଧ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ଆସନ୍ତା କାଲି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାକୁ ନବରଙ୍ଗପୁର ଯିବେ ବୋଲି ଜଣା ପଡିଛି। ଶିକ୍ଷୟତ୍ରୀ ବନଲତା ମହାନ୍ତି, ସୁଗ୍ୟାନି ବେହେରା, ଅନିତା ବେହେରା, ଗିରିଶ ବାଳା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୮ ଟି କ୍ଳଷ୍ଟର ସିଆରସିସି ମାନେ ଏଥିରେ ସହଯୋଗ କରିଥିଲେ।

0
0
0
s2sdefault