ହେଡଲାଇନସ୍:

ସମ୍‌ରେ କମିଶନରେଟ ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୦/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ କମିଶନରେଟ ପୋଲିସ୍ ପକ୍ଷରୁ “ସାଇବର ସୁରକ୍ଷା ସଚେତନତା ଅଭିଯାନ”କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ ପକ୍ଷରୁ ଏ.ସି.ପି ଶ୍ରୀମତି ଅଞ୍ଜନା ଟୁଡୁ ଯୋଗ ଦେଇ ସାଇବର ଅପରାଧ କବଳରୁ ଯୁବପିଢ଼ି କିଭଳି ନିଜକୁ ସୁରକ୍ଷିତ ରଖିବେ, ସେ ବିଷୟରେ ସତର୍କ ଓ ସଚେତନ ହେବେ ଏବଂ ଏହି ଅପରାଧ ସମ୍ପର୍କିତ ସମସ୍ତ ଖବର କିଭଳି ପୋଲିସ୍‌କୁ ଦର୍ଶାଇବେ ସେ ଦିଗରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ସଚେତନ କରାଇଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମ ଉପରେ କଲେଜର ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ ସାନଭି ମିଶ୍ର ପ୍ରଥମ ସ୍ଥାନ, ଶ୍ୟାମ ସୋନି ଦ୍ୱିତୀୟ, ପ୍ରଚୀର ଦାସ ଓ ସୌମୀୟ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଭରତପୁର ଥାନା ଅଧିକାରୀ ଶ୍ରୀ ଦୀନକୃଷ୍ଣ ମିଶ୍ର, ଓଏସ୍‌ଡି ଶ୍ରୀ ପ୍ରହ୍ଲାଦ ମହାନ୍ତି, ଡି.ଜି.ଏମ୍ (ଅପରେସନ୍‌) ଶ୍ରୀମତି ପୁଷ୍ପାଞ୍ଜଳି ରାଉତ, ସିଷ୍ଟମ୍ ଆଡମିନ୍ ଶ୍ରୀ ପି. ଶେଖର ରାଜୁ, ରୋଗୀ ସଂପର୍କ ବିଭାଗର ଡେପୁଟି ଡାଇରେକ୍ଟର ଡଃ. ଲିଙ୍ଗରାଜ ରଥ, ସିକ୍ୟୁରିଟି ଅଫିସର ଶ୍ରୀ ପି.ସି. ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault