ହେଡଲାଇନସ୍:

ରେଙ୍ଗାଲି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ୨୦୨୩ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗଲପୁର(ସନ୍ତୋଷ କୁମାର ଠାକୁର) :ଆଗଲପୁର ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡ଼ିଶା ମିଳେଟ୍ସ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଚିତ୍ରାଙ୍କନ, ବକ୍ତୃତା, କୁଇଜ୍, ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରି ୨୦ଟି ବିଭାଗରେ କ୍ଳଷ୍ଟର ବିଭିନ୍ନ ବିଦ୍ୟାଳୟରୁ ୧୦୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଉଦଯାପନୀ ସଭା ତଥା ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ପ୍ରଧାଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ମେର୍ଲି ସଭାପତିତ୍ବ କରିଥିବା ବେଳେ, ବୁଦୁଲା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ସୁଜାତା ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ଶ୍ରୀ କୁଞ୍ଜ ବିହାରୀ ବେହେରା, ଶ୍ରୀ ଉତ୍ତର ନାଗ ଓ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଧାନ ଯୋଗଦାନ ଥିଲେ l ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ଅଶ୍ଵିନୀ କୁମାର ସାହୁ l ସୁରଭି କାର୍ଯ୍ୟକ୍ରମକୁ ସି.ଆର୍.ସି.ସି. ଶ୍ରୀ ଦେବାଶିଷ ସାହୁ ସଂଯୋଜନା କରିଥିଲେ । ଶିକ୍ଷକ ପରିତୋଷ ପଧାନ, ସାଗର ବିଶ୍ଵାଳ, ଅଞ୍ଚଳ ବିଶ୍ଵାଳ, କବି ପଧାନ, ନରେଶ ଭୁଏ, ପ୍ରଦୀପ ମହାନନ୍ଦ, ସୁଶାନ୍ତ ମଲ୍ଲିକ, ବିନୋଦ ପଟେଲ, ମନୋରଞ୍ଜନ ବାରିକ, ଅଜିତ ହୋତା, ଅରୁଣ ଦାଶ, ନବ କୁମାର ମିଶ୍ର, ସୁଲଭ ଗଡତ୍ୟା, ଶିକ୍ଷୟତ୍ରୀ ଓମ୍ ପ୍ରିୟା ବାର୍ଲା, ମାନସୀ ବରିହା, କୁନ୍ତିଲତା ବଢେଇ ପ୍ରମୁଖ ବିଭିନ୍ନ ବିଭାଗର ଦାୟିତ୍ବ ତୁଲାଇଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ଆସନ୍ତା ବ୍ଲକ୍ ସ୍ତରୀୟ ସୁରଭି ରେ ଭାଗ ନେବେ l

0
0
0
s2sdefault