ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ ଅକ୍ଟୋବର 9 ତାରିଖ ଦିନ C P I (ml) Liberation ତରଫରୁ ନାଗଭୂଷଣ ପଟ୍ଟନାୟକ କଂ 25 ତମ ସ୍ମୃତି ଦିବସ ଅବସରରେ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ବାଇପାସ୍ ଛକ ଠାରେ ନାଗଭୂଷଣ ପଟ୍ଟନାୟକ ପ୍ରତିମୂର୍ତ୍ତୀ ରେ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ଫଣୀଭୁଷଣ ପଟ୍ଟନାୟକ - ପି ଭେକଂଟ ରାଓ - ରାଜକିଶୋର - ଅନାସିମ ଶବର - ନିରଞ୍ଜନ ଶବର ପୁଷ୍ପ ମାଲ୍ୟାର୍ପଣ କରିଥିଲେ l 1934 ମସିହା ନଭେମ୍ବର 27 ରେ ଜନ୍ମ ଗ୍ରହଣ କରିଥିଲେ | 9 ଅକ୍ଟୋବର 1998 ରେ ମସିହା ରେ ଚେନ୍ନାଇ ମେଡିକାଲ ରେ ମୃତ୍ୟୁ ହୋଇଥିଲା ଜଣେ କମ୍ୟୁନିଷ୍ଟ ବିପ୍ଳବୀ ଭାବରେ ସାରା ପୃଥିବୀରେ ଜଣା
ଓଡିଶାରୁ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ପିତା ରାମମୂର୍ତ୍ତି ପଟ୍ଟନାୟକ ଏବଂ ମାତା ରାଜଲକ୍ଷ୍ମୀ ପଟ୍ଟନାୟକ ପଦ୍ମପୁର 27 ନଭେମ୍ବର 1934 ରେ, ଏହା ପରେ ନାଗଭୂଷଣ ପଟ୍ଟନାୟକ ଶୋଷଣ ବିରୁଦ୍ଧରେ ଆଦିବାସୀ ମାନଙ୍କ ଅଧିକାର ପାଇଁ ନକ୍ସଲବାରୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ | ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ |
କରୁଣା ଲିମା, ମିନ ଶବର, ଗଣେଶ ଶବର, ମୋଜସ ଶବ୍ଦର ପ୍ରମୁଖ ଉପସ୍ଥିତ ଥିଲେ |








