ହେଡଲାଇନସ୍:

କ୍ଲଷ୍ଟର ସ୍ତରୀୟ "ସୁରଭି" - ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୀବା କ୍ଲଷ୍ଟର ଗୁମ୍ମା ବ୍ଲକ ଗଜପତି ଜିଲ୍ଲାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" - ୨୦୨୩ ଓ ଓଡିଶା ମିଲେଟ୍ ମିଶନ୍ ପ୍ରତିଯୋଗିତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରସିକରାଜପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।
ଜୀବା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ଓ ସମସ୍ତ ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ , ଦାୟିତ୍ୱ ପ୍ରାପ୍ତ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ , ମାର୍ଗଦର୍ଶୀ ଶିକ୍ଷକ ଓ ଶିକ୍ଷୟିତ୍ରୀ , ସ୍ଥାନୀୟ ବିଦ୍ୟାଳୟର ସମସ୍ତ ପରିଚାଳନା କମିଟି , ଜନପ୍ରତିନିଧି ପ୍ରାୟ ପଚାଶ ଜଣ ଓ ବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏପରି ସର୍ବମୋଟ ୧୮୦ ଜଣ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟର ୨୦୦ ଶିକ୍ଷାର୍ଥୀ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏପରି ଭାବେ ପ୍ରାୟ ପ୍ରାୟ ୪୫୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ସରକାରଙ୍କ ସ୍ଥିରୀକୃତ ବିଭିନ୍ନ ବର୍ଗ ପାଇଁ ସାଧାରଣ ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚଳିତ ଶିକ୍ଷାବର୍ଷରେ ନିରୂପିତ " ଶିକ୍ଷା ପାଇଁ ପୋଷଣ" ବିଷୟ ଓ ଓଡିଶା ମିଲେଟ୍ ମିଶନ୍ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ , ଅଣଶୈକ୍ଷିକ , କଳା , ସଂସ୍କୃତି , ପରିପ୍ରକାଶ ଓ ଉନ୍ନତି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।
ରସିକରାଜପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ୟାଦୁମୁ ଡିଲେଶ୍ବର ରାଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସଭାରେ ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟା ଝାମୀ , ମୀନାକ୍ଷୀ ପାଢୀ , ସୁପ୍ରଭା ପଟ୍ଟନାୟକ , ଉଷାରାଣୀ ରଥ ଓ ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସମ୍ଭାଷଣ ଓ ପ୍ରେରଣାଦାୟକ ପରାମର୍ଶ ଦେଇଥିଲେ।
ଗଜପତି ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ଓ ସମସ୍ତ ଆନୁଷ୍ଠାନିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ଆକର୍ଷକ ଉପସ୍ଥାପକ ଶିକ୍ଷକ ଦ୍ବୟ ରମାକାନ୍ତ ପଟ୍ଟନାୟକ ଓ ଅମୂଲ୍ୟ କୁମାର ପାଣିଗ୍ରାହୀ ସମସ୍ତ କାର୍ଯକ୍ରମ ପରିଚାଳନା କରିଥିଲେ।
ସବୁ ବର୍ଗର କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଆଗାମୀ ବ୍ଲକ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଉତ୍ସାହିତ କରାଯାଇଥିଲା। ଶେଷରେ କ୍ଲଷ୍ଟର ସ୍ତରୀୟ "ସୁରଭି"-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାରେ ସହଯୋଗ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉପସ୍ଥିତ ସମସ୍ତଙ୍କୁ ଓ ଆୟୋଜନର ସମସ୍ତ ଦାୟିତ୍ବ ନିର୍ବାହ କରିଥିବା ରସିକରାଜପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ବିଭାଗ ତରଫରୁ ସି ଆର୍ ସି ସି ଜୀବା କ୍ଲଷ୍ଟର ଶ୍ରୀ ସଞ୍ଜିବ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault