ହେଡଲାଇନସ୍:

ବିଜେପୁର ଉପରେ ନବିନ ଅବେଳିଆ ଫିଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଗଙ୍ଗାଧର ପରେ ଏବେ ସବରେଜିଷ୍ଟ୍ରର

 ବିଜେପୁର ପଂଚାୟତକୁ ଏନଏସି  ମାନ୍ୟତା !!!!

 

ଉପ ନିର୍ବାଚନ ମୁଣ୍ଡ ଉପରେ ଥିବା ବିଜେପୁରକୁ ଗୋଟିଏ ପରେ ଗୋଟିଏ  ତୋଫା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୟକ । ପ୍ରଥମେ ଡିପିଆର ନହୋଇ ୧୨୬୦ କୋଟି ଟଙ୍କାର ଗଙ୍ଗାଧର ମେହେର ପାଇପ ଜଳସେଚନ ପ୍ରକଳ୍ପ, ତାପରେ ଗଙ୍ଗାଧର ମେହେର ଵ୍ୟାଖ୍ୟାନ କେନ୍ଦ୍ର ଆଉ ଏବେ ସବ ରେଜିଷ୍ଟ୍ରାର କାର୍ୟାଳୟ ଭେଟି ଦେଇଛନ୍ତି ବିଜେପୁର ବାସୀଙ୍କୁ ।` ଏହି କାର୍ୟାଳୟ କାର୍ଯ୍ୟକ୍ଷମ ହେଲେ ବିଜେପୁର ଅଂଚଳର ୧୧୪ଟି ଗାଁର ଲୋକ ଉପକୃତ ହେବେ ।` ସୂଚନାଯୋଗ୍ୟ ଯେ ବିଜେପୁରରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ନଥିବା ଯୋଗୁ ସେଠାକାର ଲୋକମାନେ ୪୦ କିମି ଦୂର ସୋହେଲା ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ଯିବାକୁ ପଡୁଥିଲା  ।

କେବଳ ବିଜେପୁର ପଂଚାୟତକୁ ଏନଏସି (ବିଜ୍ଞାପିତ ଅଂଚଳ ପରିଷଦ ) ଘୋଷଣା କରିବାକୁ ନଗର ଉନ୍ନୟନ ବିଭାଗ ଜଣାଇଛି  । ଏହା ଅନ୍ତିମ ପର୍ଯ୍ୟାୟରେ ପହଂଚିଛି କେତେକ ବୈଧାନିକ ପଦକ୍ଷେପ ପୁରଣ ପରେ ବିଜେପୁର ଏନଏସି (ବିଜ୍ଞାପିତ ଅଂଚଳ ପରିଷଦ ) ମାନ୍ୟତା ପାଇପାରିବ ବୋଲି ମଧ୍ୟ କୁହାଯାଇଛି  ।

0
0
0
s2sdefault