ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଡାହାଣୀ , ଗୁଣି ଗାରେଡି ଭଳି କୁପ୍ରଥା ଏବେ ବି ଚାଲିଛି , ଏହାକୁ ନେଇ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି ଏହାକୁ ବିଲୋପ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରିବାକୁ ସ୍ଥିର ହୋଇଛି ।
ଏହି ପରିପ୍ରେକ୍ଷୀରେ ଡାହାଣୀ ପ୍ରଥାକୁ ନା କୁହନ୍ତୁ ଶୀର୍ଷକ ଗଜପତି ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଗଜପତି , ଶ୍ରୀ ଫାଲଗୁନି ମାଝୀ , ପ୍ରକଳ୍ପ ପ୍ରଶାସକ, ସମ୍ମନିତ ଅଧିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି , ରାଜ୍ୟ ମୋନିଟରିଂ ଓ ଇଭାଲୁସନ ଅଫିସର ଶ୍ରୀ ବାଞ୍ଚନିଧି ଦୁର୍ଗା , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଏମ୍.କେ.ଭୂଆୟା ଯୋଗଦେଇଥିଲେ।
ଗଜପତି ଜିଲ୍ଲାର ଗ୍ରାମ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ସଚେତନତା କରାଯିବା ସହିତ ମହିଳା ସଙ୍ଘ , ଅଙ୍ଗୱାଡ଼ି କର୍ମୀ , ଆଶା କର୍ମୀ ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ସହାୟତା ନେଇ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଖମାରୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଯୋଗ ଦେଇ ଗଜପତି ଜିଲ୍ଲାରେ ଡାହାଣୀ କୁ ନେଇ ଚାଲିଥିବା ଅନ୍ଧ ବିଶ୍ୱାସ କୁ ରୋକିବା ଦିଗରେ ଗଜପତି ଜିଲ୍ଲା ପ୍ରଶାସନର ଏହି ଡାହାଣୀ ପ୍ରଥାକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ବୋଲି କହିଥିଲେ। ଡାହାଣୀ ପ୍ରଥକୁ ନା କୁହନ୍ତୁ ଓ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନର ପ୍ରଚାର ପତ୍ର କୁ ଜିଲ୍ଲାପାଳ ଓ ସମସ୍ତ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା।
ଏହାପରେ ଜିଲ୍ଲାସ୍ତରୀୟ କର୍ମଶାଳାକୁ ରାଜ୍ୟ ମୋନିଟରିଂ ଓ ଇଭାଲୁସନ ଅଫିସର ଶ୍ରୀଯୁକ୍ତ ବାଞ୍ଚନିଧି ଦୁର୍ଗା ପାୱାର ପଏଣ୍ଟ ମାଧ୍ୟମରେ ଡାହାଣୀ କିଏ , ଡାହାଣୀ ହତ୍ୟା କଣ , ଡାହାଣୀ କଳା କଣ , ଡାହାଣୀ ଓ ଡ଼ାକ୍ତର କଣ , ଡାହାଣୀ ପ୍ରଥାର ଇତିହାସର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ ଏବଂ ଓଡ଼ିଶା ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଅନୁଯାୟୀ ଡାହାଣୀ ଶିକାର ଏକ ଧର୍ତ୍ତଵ୍ୟ ଏବଂ ଜାମିନ ବିହୀନ ଅପରାଧ ଅଟେ। ଯଦି କୌଣସି ବ୍ୟକ୍ତି ଡାହାଣୀ ବିଦ୍ୟାର ଅଭ୍ୟାସ କରିଥାଏ ତାଙ୍କୁ ୧-୩ ବର୍ଷ ଜେଲ ଦଣ୍ଡ ଦେବା ସହିତ ୫ ହଜାର ଟଙ୍କା ଜରିମାନା କରି ଦଣ୍ଡିତ କରାଯିବ। ଯଦି ଜାଣି ଶୁଣି ଡାହାଣୀ ଡାକ୍ତରୀ ବିଦ୍ୟାର ଅଭ୍ୟାସ କରିଥାଏ ଯାହା କୌଣସି ମହିଳାଙ୍କୁ କ୍ଷତି ବା କଷ୍ଟ ଦେଇଥାଏ ସେହି ବ୍ୟକ୍ତିକୁ ୧-୩ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କା ସହିତ ଦଣ୍ଡିତ କରାଯିବ ଓ ଯଦି କୌଣସି ବ୍ୟକ୍ତି ପୂର୍ବରୁ ଦଣ୍ଡିତ ହୋଇ ସାରିଛି ଏବଂ ଏହି ଆଇନ ଅନୁଯାୟୀ ଦ୍ଵିତୀୟ ବାର ଦୋଷୀ ସାବ୍ୟସ୍ତ ହେଉଛି, ସେହି ବ୍ୟକ୍ତିକୁ ୩-୭ ବର୍ଷ ପଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଏହି କର୍ମଶାଳାରେ କହିଥିଲେ। ଏହି କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଇ , ଶ୍ରୀ ବିକାଶ କୁମାର ମେହେର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରୀପାଠୀ ଓ ଜିଲ୍ଲାର ସମସ୍ତ ସିଡିପିଓ ଓ ସୁପରଭାଇଜର , ବିଭିନ୍ନ ପୋଲିସ କର୍ମଚାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ , ବିଭିନ୍ନ ଏନ୍ ଜି ଓ ଅନୁଷ୍ଠାନର କର୍ମକର୍ତ୍ତା , ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ଓ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
ରାଜ୍ୟ
ଡାହାଣୀ ପ୍ରଥାକୁ ନା କୁହନ୍ତୁ , ଜିଲ୍ଲାରେ ହେବ ବ୍ୟାପକ ସଚେତନତା
- Hits: 259











