ଉପାନ୍ତ ଅଞ୍ଚଳରେ ପ୍ରଥମ ଥର ପାଇଁ ଆୟୋଜିତ ଶିବିରରେ ରକ୍ତ ଦାନ କଲେ ୨୭ ନୂଆ ରକ୍ତଦାତା, ୬ ମହିଳା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚର୍ଦାପାଲି ଗ୍ରାମରେ ବିଧାୟିକା ବର୍ଷା ସିଂ ବରିହାଙ୍କ ବିବାହ ବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ ପରିବାର ( ଜୀବନ ବିନ୍ଦୁ) ଆନୁକୁଲ୍ୟରେ ବରଗଡ଼ ରକ୍ତଭଣ୍ଡାର ଦ୍ଵାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଉକ୍ତ ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ଓ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ରୂପେ ପାଇକମାଲ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ରାଉତ, ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ସ୍ଥାନୀୟ ସରପଞ୍ଚ ଉପାସୀ ନାଏକ, ସମାଜସେବୀ ଗଣେଶ ନାଏକ,
ସମିତି ସଭ୍ୟ ଅଶୋକ ପଧାନ ଯୋଗଦେଇ ପ୍ରଥମେ ବିଧାୟିକାଙ୍କୁ ବିବାହ ବାର୍ଷିକୀ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l ପରେ ଉପାନ୍ତ ଅଞ୍ଚଳରେ ଆୟୋଜିତ ଏହି ଶିବିରରୁ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ୩୧ ଜଣ ରକ୍ତଦାତାଙ୍କ ମଧ୍ୟରୁ ୬ ଜଣ ମହିଳା ୨୭ ଜଣ ପ୍ରଥମ ଥର ପାଇଁ ରକ୍ତଦାନ କରିଛନ୍ତି l
ଏହି କାର୍ଯ୍ୟକ୍ରମରେ ଅରକ୍ଷିତ ପଧାନ, ଗିରିଧାରୀ ବରିହା, ନେତ୍ରାନନ୍ଦ ବରିହା, ନରୋତ୍ତମ ସାହୁ, ଦେବାଶିଷ ପଟ୍ଟନାୟକ, ପ୍ରଦୀପ ସାହୁ ଉପସ୍ଥିତ ଥିଲେ l ରକ୍ତ ସଂଗ୍ରହ ପାଇଁ ବରଗଡ଼ ରକ୍ତଭଣ୍ଡାରରୁ ସରୋଜ ସୁନା ଏବଂ ଟିମ୍ ଆସି ରକ୍ତ ସଂଗ୍ରହ କରିଥିଲେ l ଏହି ସମସ୍ତ କାର୍ଯ୍ୟକୁ ସମାଜସେବୀ ଗଣେଶ ନାଏକ ଓ ଜୀବନ ବିନ୍ଦୁ ସହ-ସଂଯୋଜକ ଶିବାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ l








