ଓଡ଼ିଶାରେ ଘର ପଛପଟେ କୁକୁଡା ପାଳନ ପାଇଁ ଡାଲମିଆ ସିମେଣ୍ଟ ଓ ନାବାର୍ଡର ମିଳିତ ପ୍ରୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


-ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପ୍ରକଳ୍ପ ଗ୍ରାମାଞ୍ଚଳରେ ୩୦୦ ପରିବାରଙ୍କୁ ସଶକ୍ତ କରିବ-

ଭୁବନେଶ୍ୱର, ୨୫ ମଇ ୨୦୨୩ : ଏକ ଅଗ୍ରଣୀ ଭାରତୀୟ ସିମେଣ୍ଟ ଉତ୍ପାଦନକାରୀ ତଥା ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‍)ର ଏକ ସହଯୋଗୀ ସଂସ୍ଥା ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‍) ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁରଠାରେ ନାବାର୍ଡ ସହଯୋଗରେ ଏକ ନୂତନ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପ୍ରୟାସ ‘ଘର ପଛପଟେ କୁକୁଡା ପାଳନ ଉପରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ଗଠନ’ ହାତକୁ ନେଇଛି । ଭାରତରେ କୁକୁଡା ପାଳନ ଏକ ସଫଳ ଏବଂ ଲାଭଜନକ କ୍ଷେତ୍ର ହୋଇଛି ଏବଂ ଏହା ଦେଶର ମାଂସାହାରୀ ଜନସଂଖ୍ୟା ନିମନ୍ତେ ପ୍ରୋଟିନ୍‍ର ଏକ ଉଲ୍ଲେଖନୀୟ ଉତ୍ସ ଯୋଗାଇ ଦେଉଛି । ଡିସିବିଏଲ୍‍ ଏବଂ ନାବାର୍ଡ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍‍ଓୟୁ)ର ଅଂଶ ଭାବରେ ଏହି ପ୍ରକଳ୍ପ ଗ୍ରାମାଞ୍ଚଳରେ ତିନିବର୍ଷ ସମୟ ସୀମା ମଧ୍ୟରେ ୩୦୦ ପରିବାରଙ୍କୁ କୁକୁଡା ପାଳନ ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ଯୋଗାଇଦେବ ।
ଏହି ପ୍ରକଳ୍ପକୁ ସଫଳତାର ସହିତ ଆଗେଇନେବା ପାଇଁ ‘ଫ୍ଲେଶି ଚିକେନ୍‍ ଫାର୍ମର ପ୍ରୁଡ୍ୟୁସର କମ୍ପାନୀ ଲିମିଟେଡ’ ନାମରେ ଏକ ଉତ୍ସର୍ଗୀକୃତ ଏଫ୍‍ପିଓ ସ୍ଥାପନ ସହିତ ତାହାକୁ ଏମଏସ୍‍ଏମଇ ଅଧୀନରେ ପଞ୍ଜିକୃତ କରାଯାଇଛି । ଗୋÂୀରୁ ଶ୍ରୀମତୀ ଲିଳେନ୍ଦ୍ରୀ ନାଏକଙ୍କୁ ଚେୟାରମ୍ୟାନ ଏବଂ ଶ୍ରୀ ଲାଲମେନ ନାଗ୍‍ଙ୍କୁ ସିଇଓ ଭାବରେ ଏହାର କାର୍ଯ୍ୟ ପରିଚାଳନା, ବଜାର ସଂଯୋଗୀକରଣ ଏବଂ ପ୍ରକଳ୍ପ ପରିଚାଳନା, ସଫଳ ରୂପାୟନ ସୁନିଶ୍ଚିତ କରିବା ସକାଶେ ନିଯୁକ୍ତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପାରିପାଶ୍ୱର୍ିକ ଗ୍ରାମଗୁଡିକରୁ ୪୦ ପରିବାରଙ୍କୁ ୧୦୦ଟି ଲେଖାଏଁ ଦିନିକିଆ ବ୍ରଏଲର କୁକୁଡା ଚିଆଁ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ୪୦ ଦିନ ମଧ୍ୟରେ ଏହି ପ୍ରୟାସ ଉଲ୍ଲେଖନୀୟ ଭାବରେ ଅଗ୍ରଗତି ହାସଲ କରୁଛି ଏବଂ ପ୍ରତି ପରିବାର ଏହି ଉଦ୍ୟୋଗ ଜରିଆରେ ମାସକୁ ୭ ହଜାର ଟଙ୍କାରୁ ୧୦,୫୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଅଗ୍ରଗତି ହାସଲ ସହ ଚଳିତ ତୈ୍ରମାସିକରେ ୧୦୦ ପର୍ଯ୍ୟନ୍ତ ପରିବାରକୁ ଏଥିରେ ଯୋଗ କରିବା ସକାଶେ ଆଗେଇ ଚାଲିଛି ।
ଏହି ଉଲ୍ଲେଖଯୋଗ୍ୟ ସଫଳତାକୁ ପାଳନ କରିବାକୁ ଡିସିବିଏଲ୍‍ ବିହାବନ୍ଧରେ ଥିବା ଏଫପିଓର ପଞ୍ଜିକୃତ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‍ଜିକୁ୍ୟଟିଭ ଡାଇରେକ୍ଟର ଡିସିବିଏଲ୍‍ ଏବଂ ୟୁନିଟ ହେଡ୍‍-ରାଜଗାଙ୍ଗପୁର, ଡଃ. ନିଳାଦ୍ରୀ ଭୂଷଣ ପାଢ଼ୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ, ଓମ୍‍ ପ୍ରକାଶ ଖେଲକର (ଏଇଡି-ଡିସିବିଏଲ୍‍), ଶ୍ରୀ ତାପସ କୁମାର ବେହେରା, ନାବାର୍ଡ ସୁନ୍ଦରଗଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ, ଶ୍ରୀ ବିକାଶ ପଟ୍ଟନାୟକ, ଶାଖା ପ୍ରବନ୍ଧକ, ୟୁକୋ ବ୍ୟାଙ୍କ, ରାଜଗାଙ୍ଗପୁର ଏବଂ ଶ୍ରୀମତୀ ଲିଳେନ୍ଦ୍ରୀ ନାଏକ, ଚେୟାରମ୍ୟାନ, ଫ୍ଲେଶି ଚିକେନ୍‍ ଫାର୍ମର ପ୍ରଡୁ୍ୟସର କମ୍ପାନୀ ଲିମିଟେଡଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।
ଏହି ପ୍ରୟାସ ସମ୍ପର୍କରେ ମତଦେଇ ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‍ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ୍‍ ଏବଂ ୟୁନିଟ୍‍ ହେଡ୍‍-ରାଜଗାଙ୍ଗପୁର କହିଥିଲେ, “ଡାଲମିଆ ସିମେଣ୍ଟରେ ଆମେ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ସଶକ୍ତ କରିବା ଏବଂ ସମସ୍ତଙ୍କ ପାଇଁ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ରହିଛୁ । ଗ୍ରାମାଞ୍ଚଳରେ ପ୍ରଭାବିତ ପରିବାରଗୁଡିକୁ ଦୀର୍ଘସ୍ଥାୟୀ ଆୟ ଯୋଗାଇଦେବାକୁ କୁକୁଡା ପାଳନର ବିପୁଳ ସାମର୍ଥ୍ୟ ରହିଛି । ଏହି ପ୍ରୟାସର ଫାଇଦା ସମ୍ପର୍କରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନେକ ବ୍ୟକ୍ତିଙ୍କର ଅଭିଜ୍ଞତା ରହିଛି, ଯାହା ଏକ ଭରସାଯୋଗ୍ୟ ଆୟ ଧାରା ସ୍ଥାପନ କରିବା ସହିତ ସେମାନଙ୍କର ଆର୍ଥିକ ସ୍ଥିରତାରେ ବୃଦ୍ଧି ଘଟାଉଛି । ଆମେ ରୂପାନ୍ତରଣକାରୀ ପରିବର୍ତ୍ତନ ଆଣିବା ଏବଂ ଏକ ସକାରାତ୍ମକ ପ୍ରଭାବ ପକାଇବା ପ୍ରୟାସ ଜାରି ରଖିବାକୁ ଆଶା କରୁଛୁ । ଆମେ ନାବାର୍ଡ ଅଧିକାରୀଙ୍କ ନିକଟରେ ସେମାନଙ୍କର ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରୁଛୁ ।”
ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜମି କ୍ଷତିଗ୍ରସ୍ତ ଗ୍ରାମଗୁଡିକରୁ ୬୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ଏହି ବଜାର ସଂଯୁକ୍ତ ପ୍ରୟାସ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଡିହେବେ ।
କୁଶଳତାର ବିକାଶ ଏବଂ ଓଡ଼ିଶାରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଡାଲମିଆ ସିମେଣ୍ଟ ବହୁବିଧ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସକ୍ରିୟ ଭାବରେ ନିୟୋଜିତ ରହିଛି । ଏହି ପ୍ରୟାସଗୁଡିକ ଉକ୍ତ ଅଞ୍ଚଳରେ ବାସକରୁଥିବା ଅବହେଳିତ ଜନସମୁଦାୟଙ୍କ ଉତ୍‍ଥାନ ନିମନ୍ତେ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି । ଏଥିରେ କୃଷକ, ଯୁବବର୍ଗ ଏବଂ ମହିଳାମାନଙ୍କୁ ତାଲିମ, କୁଶଳତାର ବିକାଶ ସୁଯୋଗ ଏବଂ ପଶୁପାଳନ, ଛତୁଚାଷ, ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ, ମସଲା ଏବଂ ଆଚାର ପ୍ରସ୍ତୁତି, ଫୁଲ ଓ ଜୈବିକ ପନିପରିବା ଚାଷ, ଟେରାକୋଟା ଉତ୍ପାଦ ତିଆରି ଆଦି ଜରିଆରେ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

0
0
0
s2sdefault