ହେଡଲାଇନସ୍:

ଥାନା ଅଧିକାରୀଙ୍କ ବଦଳି ଦାବି : ବାରିପଦା ଟାଉନ୍ ଥାନା ସମ୍ମୁଖରେ ଧାରଣା ଦେଲେ ମହିଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା :  ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଅଭିଯୋଗକାରୀଙ୍କ ନିକଟରୁ ଥାନା ଅଧିକାରୀ ଏତାଲା ରଖିବା ଏବଂ ଅଭିଯୋଗକାରୀଙ୍କୁ ତତକ୍ଷଣାତ୍ ଏତାଲାର ଏକ କପି ଦେବାକୁ ବାଧ୍ୟ ବୋଲି କହିଥିବା ବେଳେ ବାରିପଦା ଟାଉନଥାନା ଅଧିକାରୀ  ଅଭିଯୋଗକାରୀ ମହିଳାଙ୍କ ନିକଟରୁ ଏତାଲା ଗ୍ରହଣ କରିବା ପରିବର୍ତ୍ତେ ପାଲଟା ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଅଭିଯୋଗ ଆଣି ଅସନ୍ତୁଷ୍ଟ ମହିଳା ଓ ତାଙ୍କୁ ସମର୍ଥନ କରି ଅନ୍ୟ କେତେକ ମହିଳା ବାରିପଦା ଟାଉନ ଥାନା ଆଇଆଇସିଙ୍କ ବଦଳି ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ରବିବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ପ୍ରମିତା ବେହେରା ନାମ୍ନୀ ଜନୈକ ମହିଳା ଆଇନଜୀବୀ ଜ୍ୟୋସ୍ନା ମହାନ୍ତିଙ୍କ ସହିତ ବାରିପଦା ଟାଉନ ଥାନାକୁ ପାରିବାରିକ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ର କରି ଲିଖିତ ଅଭିଯୋଗ କରିବା ନିମନ୍ତେ ଥାନାକୁ ଆସିଥିଲେ । ମାତ୍ର ତାଙ୍କ ନିକଟରୁ ଥାନା ଅଧିକାରୀ ଅମିତ ବିଶ୍ୱାଳ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ  ଗାଳି ଗୁଲଜ ଓ  ଦୁର୍ବ୍ୟବହାର କରିଥିଲେ । ଉକ୍ତ ଘଟଣାକୁ  ନେଇ ବାଲେଶ୍ୱର ସ୍ଥିତ ‘ମା’ ଗୃହର ସଭାପତି ତଥା ଆଇନଜୀବୀ  ଜ୍ୟୋସ୍ନା ମହାନ୍ତିଙ୍କ ସମେତ କେତେକ ମହିଳା ଟାଉନ ଥାନା ସମ୍ମୁଖରେ ଧାରଣାରେ ବସି ଥାନା ଅଧିକାରୀଙ୍କ ବଦଳି ଓ ପିଡିତା ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି କରି ନାରାବାଜି ଚଳାଇଥିଲେ ।  ଖବର ପାଇ ବାରିପଦା ସଦର ଏସଡ଼ିପିଓ ଅଭିମନୁ୍ୟ ନାୟକ ଥାନାରେ ପହଁଞ୍ଚି ଆନେ୍ଦାଳନକାରୀ ମହିଳାମାନଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଇବା ନିମନ୍ତେ ଉଦ୍ୟମ କରିଥିଲେ । ଏବିଷୟ ଥାନା ଅଧିକାରୀ ଶ୍ରୀବିଶ୍ୱାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେମାନେ ୪୯୮(ଏ)ରେ ଏକ ମାମଲା ରଜୁ କରିବାକୁ ଆସିଥିଲେ । ମୁଁ ମୋର କର୍ତ୍ତବ୍ୟ ଆଇନ ଅନୁସାରେ ସଠିକ୍ ଢ଼ଙ୍ଗରେ ସମ୍ପାଦନ କରିଛି । ସେମାନଙ୍କୁ କୌଣସି ଦୁର୍ବବ୍ୟବହାର ପ୍ରଦର୍ଶନ କରି ନ ଥିବା ବେଳେ କେଉଁ କାରଣରୁ ସେମାନେ ମୋ ନାମରେ ଅଭିଯୋଗ ଆଣିଛନ୍ତି, ତାହା ମୋତେ ଜଣା ନାହିଁ ବୋଲି କହିଥିଲେ । ଏହି ଘଟଣାରୁ ଫାଇଦା ଉଠାଇବା ନିମନ୍ତେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଉଦ୍ୟମ କରାଯାଇ ଦଳର କେତେକ ନେତା ଓ ନେତ୍ରୀଙ୍କ ସହିତ କେତେକ ସମର୍ଥକ ଥାନା ସମ୍ମୁଖରେ ପହଁଞ୍ଚି ଉଭୟ ପୁଲିସ ଓ ଆନେ୍ଦାଳନକାରୀଙ୍କ ସହିତ ସମ୍ପର୍କ ଜାରି ରଖିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ପାରି ନ ଥିଲା । ଆନେ୍ଦାଳନକାରୀ ଓ ଏସଡ଼ିପିଓ ଶ୍ରୀନାୟକଙ୍କ ମଧ୍ୟରେ ସମସ୍ୟା ସମାଧାନ ନିମନ୍ତେ ଆଲୋଚନା ଜାରି ରହିଥିବାର ଜଣାପଡ଼ିଥିଲା ।

0
0
0
s2sdefault