ହେଡଲାଇନସ୍:

ବିଧାୟିକା ଙ୍କର ଉପସ୍ଥିତିରେ ରକ୍ତଦାନ କରି ବିବାହ ବାର୍ଷିକୀ ପାଳିଲେ ବ୍ଲକ ଅଧ୍ୟକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସକ୍ଷମ ବ୍ୟକ୍ତି ନିଶ୍ଚିତ ଭାବରେ ରକ୍ତଦାନ କରିବା ଆବଶ୍ୟକ :- ବର୍ଷା

ବରଗଡ :- ବିଜୁ ବାବୁ ଙ୍କର ତିରୋଧାନ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ତଥା ଯୁବ ସମାଜରେ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଯୁବ ସମାଜ କୁ ରକ୍ତଦାନ ପାଇଁ ଉତ୍ସାହିତ  କରିବା ପାଇଁ ଦୀର୍ଘ ଏକ ସପ୍ତାହ କାଳ ବିଜୁ ଜନତା ଦଳ ର ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ପାଇକମାଲ ସ୍ଥିତ ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥୀ ଭାବରେ ପଦ୍ମପୁର  ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଆନୁଷ୍ଠାନିକ ଭାବରେ ଶିବିରର ଉଦଘାଟନ କରିଥିଲେ । ଆଜି ଏହି ଶିବିରରେ ରକ୍ତଦାତା ଭାବରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ପ୍ରଥମ ଥର ରକ୍ତଦାନ କରିଥିଲେ । ଅବଶ୍ୟ ଏହାର ଏକ ସ୍ୱତନ୍ତ୍ର କାରଣ ମଧ୍ୟ ରହୁଥିଲା । ଆଜି ଶ୍ରୀମତୀ ଭାବନା ସିଂ ଙ୍କର ବିବାହ ବାର୍ଷିକୀ ଥିଲା । ନିଜର ବିବାହ ବାର୍ଷିକୀ କୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଶ୍ରୀମତୀ ଭାବନା ସିଂ ତାଙ୍କ ସ୍ୱାମୀ ଗୌତମ ସିଂ , ଦୁଇ ଦିଅର ରୋହିତ ସିଂ ଓ ଆନନ୍ଦ ସିଂ ରକ୍ତଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷାଙ୍କର ରକ୍ତଦାନ ଓ ବିବାହ ବାର୍ଷିକୀ ବାବଦରେ ଜାଣିବା ପରେ ବିଧାୟିକା ଖୁସି ଜାହିର ଜରିବା ସହିତ ଶୁଭେଚ୍ଛା ଜଣାଇ କହିଥିଲେ ଯେ , ଯେ କୋଣସି ଖୁସିର ଅବସର ହେଉ ନା କାହିଁକି ରକ୍ତଦାନ କରି ସେହି ଖୁସିର ମୁହୁର୍ତ୍ତ କୁ ପାଳନ କରାଯିବା ଦ୍ୱାରା ଖୁସି ବହୁମାତ୍ରାରେ ବଢି ଯାଇଥାଏ  । ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା ଙ୍କର ସମେତ ବହୁ ସଂଖ୍ୟାରେ କର୍ମୀ ଓ ସମ୍ମର୍ଥକ ରକ୍ତଦାନ କରିଥିଲେ । ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ପ୍ରତ୍ୟକ୍ଷ  ତତ୍ୱବାଧାନ ରେ ଅୟୋଜିତ ଏହି ଶିବିରକୁ ବିଜୁ ଜନତା ଦଳ ର କର୍ମୀ ଓ ସମର୍ଥକ ମାନେ ପରିଚାଳନା କରିଥିଲେ ।

0
0
0
s2sdefault