ଅଭିଭାବକମାନେ ଛାତ୍ରଛାତ୍ରୀମାନଙ୍କୁ PTM କୁ ନ ଆଣିବା ପାଇଁ ଅନୁରୋଧ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଅପ୍ରେଲ ୨୧ ତାରିଖରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରାଛୁଟି ଘୋଷଣା କରିଛନ୍ତିା ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବା ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର ଖରା ଛୁଟି ସମ୍ବନ୍ଧରେ ଗଣମାଧ୍ୟମକୁ ଜଣାଇ ଦେଇଛନ୍ତିା
ମାତ୍ର, ପୂର୍ବ ନିର୍ଦ୍ଧାରିତ କାର୍ଯକ୍ରମ ଅନୁଯାୟୀ ତା ୨୧.୦୪.୨୦୨୩ (ଶୁକ୍ରବାର) ଦିନ ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ତା ୨୧.୦୪.୨୦୨୩ରିଖ (ଶୁକ୍ରବାର ଦିନ) ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସକାଳ ୬.୩୦ ଘଟିକା ଠାରୁ ଆରମ୍ଭ କରି ୧୦.୩୦ ଘଟିକା ମଧ୍ୟରେ ଅନୁଷ୍ଠିତ ହେବା ଏଥିରେ ସମସ୍ତ ଅଭିଭାବକ / SMC / SMDCର ସଭ୍ୟ ଓ ସଭ୍ୟାମାନେ ଯୋଗଦାନ କରିବେ | ଅଭିଭାବକମାନେ ଛାତ୍ରଛାତ୍ରୀମାନଙ୍କୁ PTM କୁ ନ ଆଣିବା ପାଇଁ ଅନୁରୋଧ କରିଛି ସ୍କୁଲ ଗଣଶିକ୍ଷା ବିଭାଗ |
ଚଳିତ ବର୍ଷ ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଥିଲେ ମଧ୍ୟ, ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ ପ୍ରଥମଥର ପାଇଁ ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତରର ପିଲାମାନଙ୍କ ପାଇଁ "ଅବକାଶ ଗୃହକାର୍ଯ୍ୟ' PTM ସଭାରେ ଅଭିଭାବକମାନଙ୍କୁ ପ୍ରଦାନ କରିବୋ ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କର ଅଭିଭାବକମାନଙ୍କର ସହାୟତାରେ ଏହି ଗୃହକାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବୋ ଅଭିଭାବକ ହିସାବରେ ପିଲାମାନଙ୍କୁ ଏହି "ଅବକାଶ ଗୃହ କାର୍ଯ୍ୟ' ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ ଯାହାଫଳରେ କି ପିଲାମାନେ ଖରାଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇ
ରହିବୋ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସ୍ତରରେ Help Desk-cum-Call Centreର ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ହାତକୁ ନେଇଛନ୍ତିା ଏହି Help Desk-cum-Call Centre ଜିଲ୍ଲାସ୍ତରରେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବା ଛାତ୍ରଛାତ୍ରୀମାନେ "ଅବକାଶ ଗୃହ କାର୍ଯ୍ୟ' ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ, ସେମାନେ ସଂପୃକ୍ତ Help Desk-cum-Call Centreକୁ ଫୋନ କରି ସହାୟତା ନେଇ ପାରିବୋ ତାଙ୍କର ସମସ୍ତ ସମସ୍ୟାକୁ ଦକ୍ଷ ଓ ବିଷୟଭତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସମାଧାନ କରିବୋ
ବିଦ୍ୟାଳୟ ଖୋଲିବା ସମ୍ବନ୍ଧୀୟ ସୂଚନା ପରବର୍ତ୍ତୀ ସମୟରେ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ଜଣାଇ ଦିଆଯିବା