ସୁନ୍ଦରଗଡ଼ /କୋଇଡା (ବସନ୍ତ କୁମାର ଜେନା):- ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ସୋୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ବାସି ଖାଦ୍ୟ ଖାଇ ବା ଡିହାଇଡ୍ରେସନ ହୋଇ ୩୨ ଛାତ୍ରୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ କେ ବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଚିକିସ୍ଚିତ ହେଉଥିବା ସୂଚନା ମିଳିଛି ।
ଚିକିସ୍ଚିତ ହେଉଥିବା ଛାତ୍ରୀଙ୍କ କହିବା ଅନୁସାରେ, ଗତକାଲି ପଖାଳ ଭାତ ଆଳୁ ଭଜା ଖାଇବା ପରେ ତାଙ୍କ ପେଟ ବଥା ଆରମ୍ଭ ହୋଇଥିଲା, ଏହାପରେ ଝାଡା ସହ ବାନ୍ତି ହୋଇଥିଲା । ଯାହାକୁ ଦେଖି ବିଦ୍ୟାଳୟ କର୍ତୂପକ୍ଷ ଗତକାଲି ରାତିରେ ଆମ୍ବୁଲାନ୍ସ ଯୋଗେ କେବଲାଙ୍ଗ ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଥମେ ୨୨ ଜଣ ଛାତ୍ରୀଙ୍କୁ ଏବଂ ପରେ ଆଉ ୩ ଜଣଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆଜି ସକାଳୁ ପୁଣି ୭ ଜଣ ଛାତ୍ରୀଙ୍କୁ ଆଣି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅନ୍ୟ ପକ୍ଷରେ ସ୍ବୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ପୁରୁଣା ଛାତ୍ରୀ ନିବାସରେ ଛାତ୍ରୀ ମାନେ ଅଳ୍ପ ଜାଗାରେ ବହୁ ସଂଖ୍ୟା ରହୁଥିବା ଜଣାପଡିଛି । ଛାତ ଉଚ୍ଚତା କମ ଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା କଥା ଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ରୁମ ଗୁଡିକରେ ବହୁ ଫ୍ୟାନ ଖରାପ ହୋଇ ଚାଲୁ ନଥିବା ଛାତ୍ରୀ ପ୍ରକାଶ କରିଛନ୍ତି।
ରାଜ୍ୟ
ସୋୟମ୍ବା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ।
- Hits: 223