ହେଡଲାଇନସ୍:

ଗଜପତି ଜିଲ୍ଲା ସ୍କାଉଟ୍ସ ଓ ଗାଇଡସ୍ କୁ ରାଜ୍ୟ ପୁରସ୍କାର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ୩୬ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜ୍ ଭବନର ନୂଆ ଅଭିଷେକ ହଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍କାଉଟ୍ସ ଏବଂ ଗାଇଡ଼ସ୍ ର ପୁଷ୍ଠ ପୋଷକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାକୁ best district camporee ଭାବରେ ପୁରସ୍କୃତ କରିଛନ୍ତି। ଏହି ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ , ଜିଲ୍ଲାର ଭାରପ୍ରାପ୍ତ କ୍ରୀଡା ନିରୀକ୍ଷକ ତଥା ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର, ଏବଂ ଆୟୋଜନ ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଗୌଡ଼ ଯୋଗ ଦେଇ ପୁରସ୍କାର , ପ୍ରମାଣପତ୍ର ମହା ମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଥିଲେ ।
ଚଳିତ ବର୍ଷର ରାଜ୍ୟ ପୁରସ୍କାର ଜିଲ୍ଲାର ସ୍କାଉଟସ୍ ଏବଂ ଗାଇଡସ୍ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ରାଜ୍ୟ ସଂଗଠନର ରାଜ୍ୟ ସଭାପତି ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ମନ୍ତ୍ରୀ ଟୁକୁନି ସାହୁ , ଉପ ସଭାପତି ମିନତି ବେହେରା , ରାଜ୍ୟ ମୁଖ୍ୟ କମିଶନର ଡ଼ଃ କାଳୀ ପ୍ରସାଦ ମିଶ୍ର , ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକ ରାୟ , ରାଜ୍ୟ କମିଶନର ଗାଇଡ଼ସ୍ ଅନାମିକା ଦାସ ଏବଂ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ଶିକ୍ଷାଧିକାରୀ ମାନେ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମର ଶ୍ରେୟ ଜିଲ୍ଲାର କମିଶନର ସ୍କାଉଟସ୍ ପ୍ରଫୁଲ୍ଲ କୁମାର ମହାନ୍ତି , କମିଶନର ଗାଇଡସ୍ ଏସ୍. ମଣିମାଳା , ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର , ଡିଓସି ସଞ୍ଜୟ କୁମାର ପାତ୍ର , ଧୀରେନ୍ଦ୍ର ସାମଲ , ମେନେକା ରାଓ , ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ଶ୍ରେୟ ଜଣାଇଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ଭଳି ସଫଳତା , ଉତ୍ସାହ ଓ ସହଯୋଗ ଗଜପତି ଜିଲ୍ଲାର ସମସ୍ତ ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ଟ୍ରୁପ ଭାରପ୍ରାପ୍ତ ଆ. ଇ. ପି ସୁରେନ୍ଦ୍ର କୁମାର ପାତ୍ର , ସଂଜୟ ପାତ୍ର , ପ୍ରଧାନ ଶିକ୍ଷକ ବିଜୟ ଗୌଡ଼ , ସାତ୍ମିକ କୁମାର ପଟ୍ଟନାୟକ ଓ ଜିଲ୍ଲାର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ , ପ୍ରଧାନ ଶିକ୍ଷକ ଅଭିନନ୍ଦନ ଜଣାଇଛନ୍ତି।

0
0
0
s2sdefault