କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତ ସ୍ଥିତ ଡିମୁଣ୍ଡି ଗ୍ରାମରେ ଗାଁ ର ଶାନ୍ତି ପାଇ ଶ୍ରୀ ମା କନ୍ଦେଇରାଣୀ ଙ୍କ ଘଣ୍ଟ ଯାତ୍ରା 9 ଦିନ ଧରି ପୂଜା ଅର୍ଚନା ହେଉ ଆସୁଥିଲା ହେଲେ ଆଜି ମା ଙ୍କ ଯାତ୍ରା ଉଦଯାପିତ କରିଥିଲେ ଏହି 9 ଦିନ ସ୍ଥାନୀୟ କଳାକାର ମାନେ ଯାତ୍ରା ପଡିଆ ରେ ନାଚ ଗୀତ ରେ 9ଦିନ ଯାକ ମୋନରଞ୍ଜନ କରିଥାନ୍ତି |ପୂର୍ବ କାଳ ସମୟରୁ ହିଁ ମା କନ୍ଦେଇରାଣୀ ଙ୍କ ଯାତ୍ରା ହୋଇଆସୁଛି କିନ୍ତୁ ଏହି ବର୍ଷ ହି ଧୁମ ଧାମ ରେ ପାଳନ ହେଇଥିବା ଦେଖିବାକୁ ମିଳିଥିଲା , ଯାତ୍ରା ଯିବା 2ଦିନ ପୂର୍ବରୁ ମା କନ୍ଦେଇରାଣୀ ମାଙ୍କ ଘଟ ହାଣ୍ଡି ବାହାରି ଗୋଟିଏ ଦିନ 4ଖଣ୍ଡ ଗାଁ କେନ୍ଦୁଖୁଣ୍ଟି, ସାକରାଖାଲ, ନୂଆପଡା ଡିମୁଣ୍ଡି ସାହି ସାହି ପରିକ୍ରମା କରିଥାନ୍ତି ଓ ଚାରି ଖଣ୍ଡ ଗ୍ରାମବାସୀ ଲିଆ, ମୁଆ ପଣା ପାଣି ଏବଂ ଝାମୀ ଦେଇ ମାଆ ଙ୍କୁ ଶାନ୍ତି କରିଥାନ୍ତି ଓ ଗ୍ରାମ ପରିକ୍ରମା କରି ଫେରି ଆସିବା ସମୟରେ ମା ଙ୍କୁ ଗ୍ରାମର ଯୁବକ ମାନେ ଡେମଷା ବାଜା ର ତାଳେ ତାଳେ ସାଇଲୋଡି ନାଚ ରେ ପାଛୋଟି ନେଇଥାନ୍ତି ଯାତ୍ରା ପଡିଆ ଯାଏଁ, ରାତ୍ରୀ ସମୟରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଯାତ୍ରା କମିଟି ତରଫରୁ ବିଭିନ୍ନ ପ୍ରକାର ନାଟ ପରିବେଷଣ ହୋଇଥାଏ |କିଛି ବର୍ଷ ଧରି ମା କନ୍ଦେଇରାଣୀ ଙ୍କ ଯାତ୍ରା ବନ୍ଦ ହେଇଯାଇଥିଲା ସେଥିପାଇଁ ଗାଁ ପ୍ରତି ବିପଦ ବୋଲି ଏହି ବର୍ଷ ରୁ ମା କନ୍ଦେଇରାଣୀ ଙ୍କ ଯାତ୍ରା ଆଣିଛୁ ବୋଲି ପୂଜାରୀ କହିଥିଲେ ଆଉ ବର୍ତ୍ତମାନ ଧୁମ ଧାମ ରେ ପାଳନ ହେଉଛି | ଏହି ଯାତ୍ରା ବର୍ଷ କୁ ବର୍ଷ ହେଇଥାଏ ଯାତ୍ରା ଦେଖିବା ପାଇଁ ବହୁତ ଦୂର ଦୁରାନ୍ତର ଲୋକମାନେ ଆସିଥାନ୍ତି | ଗ୍ରାମବାସୀ ମାନଙ୍କ ତରଫରୁ ମା କନ୍ଦେଇରାଣୀ ଯାତ୍ରା କମିଟି ତରଫରୁ ଚାରିଖଣ୍ଡ ଗ୍ରାମବାସୀ ଙ୍କ ସହଯୋଗ ରେ 9ଦିନ କାଳ କଷ୍ଟ ପଡି ମା କନ୍ଦେଇରାଣୀ ଙ୍କ ପୂଜା ଅର୍ଚନା କରି ଯାତ୍ରା କୁ ସୁରୁଖୁରୁରେ ଭଷାଣି ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି |
ରାଜ୍ୟ
ଗାଁ ର ଶାନ୍ତି ପାଇ କନ୍ଦେଇରାଣୀ ଯାତ୍ରା
- Hits: 265