ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମାରେ ମୁଖ୍ୟମନ୍ତ୍ରୀ ଶ୍ରା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଆଦର୍ଶ ମହିଳା ଭେଣ୍ଡିଂ ଜୋନ ଉଦ୍ଘାଟିତ ହୋଇଯାଇଛି । ଏହି ଭେଣ୍ଡିଂ ଜୋନ୍ ରେ 42ଟି ଦୋକାନ ଘର ରହିଛି । ଏହି ଜୋନ୍ ର ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି । ସୁନ୍ଦର ଆଲୋକ ଓ ପାନୀୟ ଜଳ ର ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ କରାଯାଇଛି । ବି.ଏମ୍.ସି. ପକ୍ଷରୁ ନିର୍ମିତ ଏହି ଭେଣ୍ଡିଂ ଜୋନ ଉଦ୍ଘାଟନ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ଭୁବନେଶ୍ୱରରେ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
- Hits: 205