ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ତା ୨୧.୦୪.୨୦୨୩ରିଖ (ଶୁକ୍ରବାର ଦିନ) ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହେବା
ଏହି ବୈଠକରେ ସମସ୍ତ ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ର ସଭ୍ୟ ଓ ସଭ୍ୟାମାନେ ଯୋଗଦାନ କରି ଆଲୋଚିତ ହେବାକୁ ଥିବା ବିଷୟବସ୍ତୁଗୁଡ଼ିକରେ ଅଂଶଗ୍ରହଣ କରିବୋ
ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗୋଷ୍ଠୀ ସମ୍ପୃକ୍ତିର ଆବଶକତା ସର୍ବଦା ଏକାନ୍ତ ଅପରିହାର୍ଯ୍ୟ ଅଟୋ ଉକ୍ତ ବୈଠକରେ ବିଦ୍ୟାଳୟର ବୌଦ୍ଧିକ ଓ ସହବୌଦ୍ଧିକ ସମ୍ପର୍କରେ ମୋଟ ୧୩ଗୋଟି Agenda Item ସମ୍ପର୍କରେ ଆଲୋଚନା କରାଯିବା
ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବିଦ୍ୟାଳୟକୁ "ଶୈକ୍ଷିକ କ୍ୟାଲେଣ୍ଡର' ଯୋଗାଇଦେଇ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି, ଯାହାକି, ଓଡ଼ିଶାରେ ଅନନ୍ୟ
ଅଟୋ
ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ, ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନର ପ୍ରାଧାନ୍ୟ, ଶିକ୍ଷା ସଚେତନତା ରଥ ପରିକ୍ରମାର ମହତ୍ତ୍ୱ, ପିଲାମାନଙ୍କର ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ "ଗ୍ରୀଷ୍ମ ଅବକାଶରେ ଗୃହକାର୍ଯ୍ୟ', ଅଂଶୁଘାତ ପ୍ରତି ସାବଧାନତା, ଅନ୍ଲାଇନ ସୁରକ୍ଷା ସମ୍ବନ୍ଧୀୟ କିଛି ଭ୍ରାନ୍ତଧାରଣା, ସତ୍ୟତା ଏବଂ ଏହାର ସମାଧାନ, ଅଭିଭାବକଙ୍କ ପାଇଁ ସାଇବର ସଚେତନତା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ସଚେତନତା କାର୍ଯକ୍ରମ ଓ "ଶିକ୍ଷାରେ ଉତ୍କର୍ଷ ଆଣିଛି ଓଡ଼ିଶା' ଇତ୍ୟାଦି ବିଶେଷ ଭାବରେ ଆଲୋଚିତ ହେବା
ଚଳିତ ବର୍ଷ ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ପିଲାମାନଙ୍କ ପାଇଁ "ଅବକାଶ ଗୃହକାର୍ଯ୍ୟ' ପ୍ରଦାନ ଓ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସ୍ତରରେ Help Desk –cum-Call Centreର ପ୍ରଚଳନ ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ଅଟୋ
ଉକ୍ତ ବୈଠକରେ ସାମ୍ପ୍ରତିକ ପରିସ୍ଥିତିରେ ଅନ୍ଲାଇନ ସୁରକ୍ଷା ସମ୍ବନ୍ଧରେ କିଛି ଭ୍ରାନ୍ତଧାରଣା, ଏହାର ସତ୍ୟତା ଓ ସମାଧାନର ପନ୍ଥା ଓ ଅଭିଭାବକମାନଙ୍କ ପାଇଁ ସାଇବର ସଚେତନତା ନିଶ୍ଚିତ ଭାବରେ ପିଲାମାନଙ୍କ ଶିକ୍ଷଣରେ ସହାୟକ ହେବ ଓ ସେମାନଙ୍କ ପିଲାମାନଙ୍କୁ ଏ ସମ୍ବନ୍ଧୀୟ କିଛି ଉପାଦେୟ ତଥ୍ୟ ଦେଇପାରିବୋ ଏହି ସମ୍ବନ୍ଧୀୟ ତଥ୍ୟ ରାଜ୍ୟୟୁନିସେଫ କାର୍ଯ୍ୟାଳୟ ଓ ସାଇବର କ୍ରାଇମୟୁନିଟ, ସିଆଇଡି, କ୍ରାଇମ ବ୍ରାଞ୍ଚ, ରାଜ୍ୟ ପୋଲିସ ବିଭାଗର ସହାୟତାରେ ପ୍ରସ୍ତୁତ କରାଯାଇଛିା ସର୍ବୋପରି, ଉକ୍ତ ସଭାରେ "ଶିକ୍ଷାରେ ଉତ୍କର୍ଷ ଆଣିଛି ଓଡ଼ିଶା' ମାଧ୍ୟମରେ ଆମ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ìଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ୧୫% ସିଟ ସଂରକ୍ଷଣ ଡାକ୍ତରୀ ଓ ବୈଷୟିକ ଶିକ୍ଷାରେ ନାମ ଲେଖାଇବା ପାଇଁଏକ ନୂତନ ପଦକ୍ଷେପ ବୋଲି ଅଭିଭାବକମାନଙ୍କୁ ସଚେତନ କରାଯିବା
ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ରୂପାନ୍ତରୀକରଣ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛିା "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକ, ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର ସଂଗଠନ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରିବା ଇତ୍ୟାଦି କାର୍ଯକ୍ରମ ହାତକୁ ନିଆଯାଇଛିା
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ମାଗଣା ସାଇକେଲ ଯୋଗାଣ ଓ ସ୍କୁଲୟୁନିଫର୍ମ ଯୋଗାଣ ଇତ୍ୟାଦି ବିଷୟରେ ବିଶଦ ଭାବରେ ଆଲୋଚନା ହେବା
ସର୍ବଶେଷରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡୁଛି "ମୋ ସ୍କୁଲ ଅଭିଯାନ' ଯାହାକି, କେବଳ ଭାରତର ନୁହେଁ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଆସୁଛିା ସେ ସମ୍ବନ୍ଧରେ ପୁରାତନ ଛାତ୍ରଛାତ୍ରୀଙ୍କର ସହଯୋଗ ଓ ସହାୟତା ବିଦ୍ୟାଳୟର ଉନ୍ନତି ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛିା
ଏହି ରାଜ୍ୟବାପୀ ଅଭିଭାବକ ଶିକ୍ଷକ / ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକରେ ସମସ୍ତେ ଯୋଗଦାନ କରି ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରୟାସ ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛିା
ରାଜ୍ୟ
୨୧ ତାରିଖରେ ହେବ ଚଳିତ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା ଓ ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ
- Hits: 19857