ହେଡଲାଇନସ୍:

ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ଶ୍ରାଦ୍ଧ ଉତ୍ସବ ଓ ସାରସ୍ଵତ ସମ୍ମେଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ସ୍ଥିତ ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସ୍ରଷ୍ଟା ଓ ସୃଷ୍ଟି ସାହିତ୍ୟ ସଂସ୍କୃତି ଓ ସେବା ସଂଗଠନ ପକ୍ଷରୁ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ଶ୍ରାଦ୍ଧ ଉତ୍ସବ ଓସାରସ୍ଵତ ସମ୍ମେଳନ ଅନୁଷ୍ଟିତ ହୋଇ ଯାଇଛି। ସଭା କାର୍ଯ୍ୟ କର୍ମ ଆରମ୍ଭ ରୁ ଅତିଥି ମାନେ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ସହ ପ୍ରଦୀପ ପ୍ରଜଳନ କରି ଉଦ୍ ଘାଟନ କରିଥିଲେ। ସ୍ରଷ୍ଟା ଓ ସୃଷ୍ଟି ସାହିତ୍ୟ ସଂସ୍କୃତି ଓ ସେବା ସଂଗଠନ ପକ୍ଷ ରୁ ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ସଭାପତି ଭାବରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ଦୁଃଶାସନ ରାଉତ ସଭାପତିତ୍ବ କରିଥିଲା ବେଳେ ଅତିଥି ଭାବରେ ଶ୍ରୀଯୁକ୍ତ ସତ୍ୟପ୍ରିୟ ମହାନ୍ତି, ଶ୍ରୀଯୁକ୍ତ ପିତାମ୍ବର ମିଶ୍ର, ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର, ଶ୍ରୀଯୁକ୍ତ ରତ୍ନାକର ବାରିକ, ଡ ପ୍ରତାପ କୁମାର ନାୟକ ଯୋଗ ଦେଇ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କବିଷୟ ରେ ଅନେକ ବିଷୟ ଆଲୋଚନା ରଖିଥିଲେ। ଏହି ଅବସର ରେ ଉପସ୍ଥିତ ଶିକ୍ଷାବିତ୍, ସାହିତ୍ୟିକ ଓ କବି ମାନେ କବିତା ପାଠ କରିଥିଲେ।

0
0
0
s2sdefault