ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଦକ୍ଷତା ସମ୍ମିଳନୀ -୨୦୨୩ ତା ୨୦ ରିଖରୁ ୨୨ ରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରୁ ସ୍ଵତନ୍ତ୍ର ବସ୍ ଯୋଗେ ୫୦ ଜଣ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲ୍ଲାସ୍ତରୟ ଅଧିକାରୀ ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ୫୦ ଜଣଙ୍କ ମଧ୍ୟରୁ ୩୦ ଜଣ ଆଇଟିଆଇ , ପଲିଟେକ୍ନିକ୍ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରହିଛନ୍ତି। ସେଥିମଧ୍ୟରୁ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୦ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେବାକୁ ଯାଉଛନ୍ତି।
ଏହି ଅବସରରେ ପିଏ ଆଇଟିଡିଏ ଶ୍ରୀ ଫାଲଗୁନୀ ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ଜିଲ୍ଲା ନିୟୋଜନ ବିଭାଗୀୟ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୁତି ରଞ୍ଜନ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗୀୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଜିଲ୍ଲାରୁ ୫୦ ଜଣ ଯୋଗଦାନ
- Hits: 430












