ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭୁବନେଶ୍ୱର କିଟ୍ ପରିସରରେ ଆୟୋଜିତ ୱାଇ-୨୦ କନସଲ୍ଟେସନ ସମ୍ମିଳନୀରେ ନୟାଗଡ଼ ଜିଲ୍ଲାରୁ ଫରହାନ ଖାଁ ଯୋଗଦାନ କରି ଜିଳ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଗତ ୧୪ ଏବଂ ୧୫ ତାରିଖ ଦୁଇଦିନ ଅନୁଷ୍ଠିତ ଏହି ସମ୍ମିଳନୀରେ ୨୦ଟି ଦେଶର ପ୍ରତିନିଧି,୨୫ ଜଣ ଏମପି,୨୦୦ ଜଣ ଶିକ୍ଷାବିତ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଜି-୨୦ର ଏକ ଅଂଶ ବିଶେଷ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଇଂରାଜୀ ବିଭାଗର ଛାତ୍ର ଫରହାନ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଗାମୀ ଜି-୨୦ ସମ୍ମିଳନୀରେ ମଧ୍ୟ ଫରହାନ ଖାଁ ଯୋଗ ଦେବେ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରସିଦା ଖାତୁନ ଏବଂ ତରୁଣ ଖାଁଙ୍କ ଏକମାତ୍ର ପୁତ୍ର ଫରହାନ ଖାଁ ବିଭିନ୍ନ କଳା ଏବଂ ସାଂସ୍କୃତିକ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛନ୍ତି ।
ରାଜ୍ୟ
ଭାରତ ସରକାରଙ୍କ ୱାଇ-୨୦ କନସଲ୍ଟେସନ ସମ୍ମିଳନୀରେ ନୟାଗଡ଼ ଜିଲ୍ଲାରୁ ଫରହାନ୍ ଖାଁ
- Hits: 278











