ହେଡଲାଇନସ୍:

ରୋୖଦ୍ରତାପ : 19 ଓ 20ରେ ସ୍କୁଲ-ଅଙ୍ଗନୱାଡି ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଚଣ୍ଡ ରୋୖଦ୍ରତାପ ଯୋଗୁ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ (ସରକାରୀ, ଅନୁଦାନପ୍ରାପ୍ତ  ଏବଂ ବେସରକାରୀ) ଏବଂ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏପ୍ରିଲ 19 ଓ 20 ରେ ବନ୍ଦ ରହିବ।

ସୂଚନାଯୋଗ୍ୟଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରୁ ଫେରିବା ପରେ ଗ୍ରୀଷ୍ମ ପରିସ୍ଥିସ୍ଥିତିର ସମୀକ୍ଷା କରି  ଏପ୍ରିଲ୍ ୧୨ ରୁ ୧୬ ତାରିଖ ଯାଏ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ |  ତେବେ ପ୍ରବଳ ରୋୖଦ୍ରତାପ ସତ୍ତ୍ୱେ ପରବର୍ତ୍ତୀ ସମୟରେ ଛୁଟି ଆଉ ବଢ଼ି ନ ଥିଲା । ଗତ ଦୁଇଦିନ ଧରି ପିଲାମାନେ ଅସହ୍ୟ ତାତି ଓ ଗୁଳୁଗୁଳିରେ ସ୍କୁଲ ହେବାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଅପରପକ୍ଷରେ ଆଜି ରାଜ୍ୟର କେତୋଟି ଅଂଚଳକୁ ଛାଡିଦେଲେ ପ୍ରମୁଖ ସହତ ମାନଙ୍କରେ ତାପମାତ୍ରା  ୪୦ ଡିଗ୍ରୀରୁ ଅଧିକ ରହିଥିଲା | ତେଣୁ ରାଜ୍ୟ ସରକାର ବାଧ୍ୟ ହୋଇ ଦୁଇଦିନ ଛୁଟି ଘୋଷଣା କରିଛନ୍ତି |

0
0
0
s2sdefault