ହେଡଲାଇନସ୍:

ବନ୍ଦ ଘର ଭିତରେ ପଡିଛି ୩ ଜଣ ଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରୁ ଆସିଛି ଏକ ହୃଦୟ ବିଦାରକ , ଛାତିଥରା ଘଟଣା ର ଖବର । ପ୍ରାପ୍ତ ସୂଚନା ଅନୁସାରେ ଏହି ଗ୍ରାମର ଗୋଟିଏ ବନ୍ଦ ଘରେ ତିନି ଜଣଙ୍କର କ୍ଷତାକ୍ତ ମୃତଦେହ ପଡିଥିବା ଜଣା ପଡିବା ପରେ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି l

ପ୍ରାପ୍ତ ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ଆଜି ଏକ ଘରେ 3 ଜଣଙ୍କର ମୃତ ଦେହ ପଡ଼ିଥିବା ଖବର ପାଇ ଗ୍ରାମବାସୀ ଭେଡେନ ପୋଲିସ କୁ ଜଣାଇଥିଲେ l ତେବେ ସଙ୍ଗେ ସଙ୍ଗେ ଭେଡେନ ପୋଲିସ ଓ ବରଗଡ଼ ଏସଡିପିଓ ଅମ୍ରିତ କୁମାର ପଣ୍ଡା ଘଟଣା ସ୍ଥଳକୁ ପହଞ୍ଚିଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ ତେବେ ଏହା ଏକ ହତ୍ୟାକାଣ୍ଡ ଘଟଣା ନାଁ ଆତ୍ମହତ୍ୟା ଘଟଣା ତାହା ସନ୍ଦେହ ହେବାରୁ ସାଇଣ୍ଟିଫିକ ଟିମ କୁ ଡକାଇ ଅଧିକ ଛାନ ଭିନ ଆରମ୍ଭ କରିଦିଆଯାଇଛି । ତେବେ ମୃତକ ମାନେ ଆଖିଫୁଟା ଗ୍ରାମର ପାଖାପାଖି 60 ବର୍ଷର ବୃଦ୍ଧ ଟଙ୍କଧର ସାହୁ ଏବଂ ତାଙ୍କର ଦୁଇ ପତ୍ନୀ ମାଧବୀ ଓ ଦୈ।ପତି ସାହୁ । ଟଙ୍କଧର ଙ୍କର ପ୍ରଥମ ସ୍ତ୍ରୀ ଙ୍କୁ କୌଣସି ସନ୍ତାନ ନହେବାରୁ ସେ ପୁଣି ଅନ୍ୟତ୍ର ବିବାହ କରିଥିଲେ ଓ ଉଭୟ ସ୍ତ୍ରୀଙ୍କ ସହିତ ସେ ଗୋଟେ ଘରେ ରହୁଥିଲେ l ଟଙ୍କଧର ଦୁଇ ଗୋଟି ବିବାହ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନଥିଲେ l ଅନ୍ୟପଟେ ତାଙ୍କର ପ୍ରଚୁର ସମ୍ପତ୍ତି ମଧ୍ୟ ରହିଥିବା ଜଣାପଡ଼ିଛି l ତେବେ ଆଜି ବନ୍ଦ ଘର ଭିତରେ ଟଙ୍କଧର ଓ ତାଙ୍କ ଉଭୟ ପତ୍ନୀଙ୍କ ମୃତଦେହ ଠାବ ହୋଇଛି।
ଏପରି ପରିସ୍ଥିତିରେ ନିଃସନ୍ତାନ ଟଙ୍କଧର ଓ ତାଙ୍କ ପରିବାର ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି ନାଁ ସମ୍ପତ୍ତି ଆଶାରେ ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଘେରରେ ରହିଛି l ଶବ ବ୍ୟବଚ୍ଛେଦ ସହିତ ପୋଲିସ ର ତଦନ୍ତ ପରେ ହିଁ ଏହି ଘଟଣା ର ପ୍ରକୃତ କାରଣ କଣ ଜଣାପଡ଼ିବ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି l

0
0
0
s2sdefault