ହେଡଲାଇନସ୍:

କିଟ୍‌ ଫ୍ୟାସନ ସ୍କୁଲ୍‌ ଛାତ୍ରୀ ଜିତିଲେ ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ଟାଇଟଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ଫ୍ୟାସନ ସ୍କୁଲ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଚଳିତବର୍ଷର ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ ହାସଲ କରିଛନ୍ତି। ଅପ୍ରେଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନ୍ୟାସ୍‌ନାଲ୍‌ ପିଜିଏଣ୍ଟ ଅଫ୍‌ ମିସ୍‌ ଟିନ୍‌ ଦିବା ୨୦୨୨ ପ୍ରତିଯୋଗିତାରେ ତିଷ୍ଣା ଅଂଶ ଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ବିଉଟି ଉଇଥ ବ୍ରେନ୍‌ସ, ରାମ୍ପ ୱାକ, ସ୍ପିଚ୍‌ ରାଉଣ୍ଡ ଓ ‘ମିସ୍‌ ଟିନ୍‌ ଇଣ୍ଡିଆ ଇଷ୍ଟ’ ଆଦି ଜଟିଳ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶେଷରେ ସେ ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ୍‌ ହାସଲ କରିଥିଲେ। ଏହାପରେ ସେ ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ଗ୍ଲାମ୍‌ ଆନନ୍ଦ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଭାରତ ୨୪ ଚ୍ୟାନେଲ୍‌ ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ତ୍ରିଷ୍ଣାଙ୍କ ସଫଳତାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କିଟ୍‌ ଫ୍ୟାସନ୍‌ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନ ସହ ବିଭିନ୍ନ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଯୋଗ ଦିଆଯାଉଥିବାରୁ ଏଭଳି ସଫଳତା ମିଳିପାରୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହା ସହିତ ସେ କିଟ୍‌ ଫ୍ୟାସନ୍‌ ସ୍କୁଲ୍‌ର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

0
0
0
s2sdefault