ହେଡଲାଇନସ୍:

ରକ୍ତଦାନ ଭଳି ପୁଣ୍ୟ କାର୍ୟ୍ଯ ଆଉ କିଛି ନାହିଁ :- ସୁଶାନ୍ତ ସିଂ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭଟଲିରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି


ଭଟଲି :- ( ସୁରେଶ ବାଗ ) ପ୍ରବାଦ ପୁରୁଷ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ, ଅପ୍ରତିଦ୍ଵନ୍ଦୀ ରାଜନେତା ଓ ଓଡ଼ିଶା ବାସୀଙ୍କ ଅତି ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ,ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ 26 ତମ ତିରୋଧାନ ଦିବସ ଆଜି ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ଠାରେ ଅତି ନିରାଡମ୍ବର ଭାବେ ପାଳନ କରାଯାଇଛି। ଏହି ଅବସରରେ ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଙ୍କ ସମେତ ଦଳୀୟ ପଦାଧିକାରୀ ଓ ବହୁ ସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ରହି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ । ରକ୍ତଦାନ ଭଳି ପୁଣ୍ୟ କାର୍ୟ୍ଯ ଆଉ କିଛି ନାହିଁ । ଜଣେ ବ୍ୟକ୍ତି ରକ୍ତଦାନ କରି ତାର ଅଜାଣତରେ ଅନ୍ୟ ଜଣେ ବ୍ୟକ୍ତିର ଜୀବନ ରକ୍ଷା କରି ପାରୁଛି । କିଛି ବର୍ଷ ପୂର୍ବେ ରକ୍ତଦାନ କରିବାକୁ ଲୋକେ ଅମଙ୍ଗ ହେଉଥିଲେ କିନ୍ତୁ ଆଜି ମୁଖ୍ୟତଃ ଯୁବ ସମାଜ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି । ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ମାର୍ଗଦର୍ଶନ ରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମ ରେ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟରୁ ରକ୍ତର ଅଭାବ କୁ ଦୂର କରିବାର ସଫଳ ପ୍ରୟାସ ଜରିବା ସହିତ ଯୁବକ ମାନଙ୍କ ମଧ୍ୟରେ ରକ୍ତଦାନ କରିବାକୁ ଆଗ୍ରହ ସୃଷ୍ଟି କରେଇ ପାରିଥିବା ପ୍ରଶଂସନୀୟ ବୋଲି ଶ୍ରୀ ସିଂ କହିଥିଲେ ।
ଆଜି ମହାନ ଜନନାୟକ ଙ୍କର ତିରୋଧାନ ଦିବସ ଅବସରରରେ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଅୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଉଦଘାଟନ କରି ରକ୍ତଦାତା ଓ ଅୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ କାର୍ତ୍ତିକ ବାରିକ, ଶ୍ରୀ ଗଣତନ୍ତ୍ର ପ୍ରଧାନ, ବିଜେଡ଼ି ଯୁବନେତା ଶ୍ରୀ ସୁବ୍ରତ ସିଂହ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ, ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ସୁବ୍ରତ କୁମାର ବେହେରା, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ପୁର୍ବତନ ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, କୃଷି ସମବାୟ ସମିତି ସଭାପତି ଶ୍ରୀ ରବି ଶଙ୍କର ପ୍ରଧାନ, ଶ୍ରୀ ଦୟାନିଧି ପଟେଲ ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦିବ୍ୟ କିଶୋର ପ୍ରଧାନ ସମେତ ଅନେକ ସରପଂଚ ସମିତି ଏବଂ ଦଳୀୟ କାର୍ଯ୍ୟକର୍ତ୍ତା , ଓ ସାଧାରଣ ଜନତା ଯୋଗ ଦେଇଥିଲେ । ଓଡିଶା ମୋ ପରିବାର ର ଜୀବନ ବିନ୍ଦୁ କାର୍ଯକ୍ରମ ଓ କ୍ରମାଗତ ଭାବରେ ରକ୍ତଦାନ କରୁଥିବା ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶଂସା କରି ମାନ୍ୟବର ବିଧାୟକ ରକ୍ତଦାତା ମାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମର୍ଧିତ କରିଥିଲେ ।

0
0
0
s2sdefault