ହେଡଲାଇନସ୍:

ହତ୍ୟାକାରୀ ର ଆତ୍ମହତ୍ୟା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆପଡା ଜିଲ୍ଲାରେ ହତ୍ୟା ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ନିକଟକୁ ଖବର ଆସିଲା ଜୋର ଟେମରିମାଳ ଗ୍ରାମରୁ ପ୍ରାୟ ତିନି କିଲୋମିଟର ଦୂରରେ ଜଙ୍ଗଲ ଭିତରେ ଏକ କରଲା ଗଛରେ ଜଣେ ଲୋକର ମୃତଦେହ ଝୁଲୁଛି । ଖବର ପାଇବା ପରେ ଥାନା ଅଧିକାରୀ ଶ୍ରୀ ବଢ଼େଇ ପୋଲିସ ର ଏକ ଟିମ ଗଠନ କରି ତୁରନ୍ତ ଘଟଣା ସ୍ଥଳ ଅଭିମୁଖେ ବାହାରିଥିଲେ । ଟେମରିମାଲ ଗ୍ରାମରୁ ପ୍ରାୟ ତିନି କିଲୋମିଟର ଚାଲି ଚାଲି ଯିବା ପରେ ମୃତକ ର ଶବ ଝୁଲନ୍ତା ଅବସ୍ଥାରେ ଦୃଶ୍ୟମାନ ହୋଇଥିଲା । ଜଣେ ଅଜଣା ବ୍ୟକ୍ତିର ମୃତଦେହ ଜଙ୍ଗଲ ଭିତରେ ଉଦ୍ଧାର ହେବା ଖବର ପ୍ରଚାରିତ ହେବା ପରେ ନିକଟବର୍ତ୍ତୀ ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଡଙ୍ଗରପଡା ଗ୍ରାମର ବେଣୁଧର ନିଆଲ ନାମକ ଜଣେ ବ୍ୟକ୍ତି , ଶବ ଦେହରେ ରହିଥିବା କପଡା ଦେଖି , ଏହି ଶବ ତାଙ୍କର ବଡ଼ ଭାଇ ମନୁ ନିଆଲ (28)ପିତା , ମିନିକେତନ ନିଆଲ ବୋଲି ଚିହ୍ନଟ କରିଥିଲା । ଏହାପରେ ମୃତ୍ୟୁ କାରଣ ବାବଦରେ ଅନୁସନ୍ଧାନ ଚାଲିଥିବା ବେଳେ ଜଣା ପଡ଼ିଲା ଯେ ମୃତକ ଗତ ଜାନୁଆରୀ ମାସ 28 ତାରିଖ ଦିନ ନିଜର ସ୍ତ୍ରୀ କୁ ଟାଙ୍ଗିଆ ରେ ହତ୍ୟା କରି ଫେରାର ଥିଲା । ଲଖନା ଥାନାରେ ମୃତକ ଅଭିଯୁକ୍ତ ବିରୋଧରେ କେଶ ନମ୍ବର 9/23 ଧାରା 302 ରେ ମାମଲା ରୁଜୁ ହେବା ପରେ ନୂଆପଡ଼ା ପୋଲିସ ଅଭିଯୁକ୍ତ କୁ ଧରିବାର ଉଦ୍ୟମ କରୁଥିଲା । ଉଦ୍ଧାର ହୋଇଥିବା ମୃତଦେହ ଦାମ୍ପୁର୍ଣ ଭାବରେ ଗଳିତ ଅବସ୍ଥାରେ ରହିଥିଲା । ମୃତଦେହ ଚିହ୍ନଟ ହେବା ପରେ ମୃତକ ର ସାନ ଭାଇ ର ଏତଲା କ୍ରମେ ପାଇକମାଲ ପୋଲିସ , ପାଇକମାଲ ଥାନାରେ ଅପମୃତ୍ୟୁ ମାମଲା ନମ୍ବର 4/23 ରୁଜୁ କରି , ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଠେଇ ଦେଇଥିଲା । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ , ପାଇକମାଲ ଥାନା ର ASI ଶ୍ରୀ ମୋହନ ବାଗ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଙ୍କର ସୁତରୁ ପ୍ରକାଶ ।

0
0
0
s2sdefault