(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ ) ପ୍ରବାଦପୁରୁଷ,ଝଡ଼ର ଇଗଲ, ଭୁମିପୁତ୍ର,ବରପୁତ୍ର, ଅଦମ୍ୟ ସାହସୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ 26 ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି l ଏହି ଅବସରରେ ସମସ୍ତ ବିଜୁ ଜନତା ଦଳୀୟ କର୍ମୀମାନେ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ତରଫରୁ ବରପଡା ଠାରେ ପବିତ୍ର ଚିତ୍ରୋତ୍ପଳା ନଦୀରେ ତିଳ ତର୍ପଣ କରାଯିବା ସହିତ ବରପଡା ବଜାର ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ,ବ୍ରଜମୋହନ ପଣ୍ଡା, ଅନିଲ ଭୂୟାଁ, ଯୁବନେତା ଜ୍ଞାନରଞ୍ଜନ ରାଉତ, ପ୍ରମୋଦ ସ୍ୱାଇଁ, ସରପଞ୍ଚ ଜୟଦେବ ରାଉତ, ବିବେକାନନ୍ଦ ଆଚାର୍ଯ୍ୟ, ଚିତ୍ତରଞ୍ଜନ ମଲିକ, ମନୋଜ ମଲିକ, ଜ୍ଞାନରଞ୍ଜନ ଦାସ, ବିନୋଦ ସାମଲ, ବ୍ଲକ ଛାତ୍ର ସଭାପତି ସୁଶାନ୍ତ ନାୟକ ଙ୍କ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ରହି ସ୍ବର୍ଗତ ପ୍ରବାଦ ପୁରୁଷ ଙ୍କ ବିକାଶ ର ଗାଥା ଏବଂ ଅଭୁଲା ସ୍ମୃତିକୁ ମନେ ପକାଇଥିଲେ l ଏପରିକି ସମଗ୍ର ଓଡିଶା କୁ ବିକାଶଶୀଳ ରାଜ୍ୟରେ ପରିଣତ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କର ଅଧୁରା ସ୍ବପ୍ନକୁ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ କରିପାରିଛନ୍ତି ବୋଲି ବିଜୁ ଜନତା ଦଳ କର୍ମୀମାନେ ମତପ୍ରକାଶ କରିଥିଲେ l








