ହେଡଲାଇନସ୍:

କୋଡ଼ିଏ ଫୁଟ୍ ତଳେ ଗଳି ପଡ଼ିଲା ଟ୍ରକ, ଡ୍ରାଇଭର ଓ ହେଲଫର୍ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର -ଭଦ୍ରକ ଜିଲ୍ଲା ର ଜାମୁଝାଡ଼ି ରୁ ଧାମରା କୁ ଯାଇଥିବା ରାସ୍ତା ମଝିରେ ବାସୁଦେବପୁର ରୁ କିଛି ଦୂର କୋଷ୍ଟକେନାଲ ନିକଟରେ ଏକ ଚୂନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ 20ପୁଟ ତଳକୁ ଖସି ପଡିଥିଲା। ଫଳ ରେ ଫସି ଯାଇଥିଲେ ଡ୍ରାଇଭର ଓ ହେଲଫର ।ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ସାଙ୍ଗେ ସାଙ୍ଗେ ବାସୁଦେବପୁର  ଅଗ୍ନିଶମ ବାହିନୀ ଖବର ପାଇ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ଦୁଇ ଘଣ୍ଟା ର ପରିଶ୍ରମ ପରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଡ୍ରାଇଭର ଓ ହେଲଫର କୁ ଉଦ୍ଧାର କରିଥିଲେ।

0
0
0
s2sdefault