ହେଡଲାଇନସ୍:

ଦରଦୀ ରାଜନେତା ସୁଶାନ୍ତ ସିଂ : କେତେବେଳେ ଦରଦୀ ଅଭିଭାବକ ତ କେବେ ଅସହାୟ ମାଙ୍କ ପାଇଁ ସୁନା ପୁଅ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅସହାୟ ବୃଦ୍ଧ ମା ଙ୍କୁ ବଢ଼ାଇଲେ ସହାୟତାର ହାତ ।

ଭୁବନେଶ୍ୱର : ଅସହାୟ ଲୋକଙ୍କ ସାହା ହେବା ପାଇଁ ତତ୍ପର ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ନିଜର ମଣିଷ ପଣିଆ ଓ ସହୃଦୟତା ପାଇଁ ସର୍ବଦା ଚର୍ଚାରେ | କିଛି ଦିନ ତଳେ ଦୁଇ ଅନାଥ ବାଳିକାଙ୍କ ବିବାହ କରାଇ ନିଜ ମୁରବି ପଣିଆ ପ୍ରମାଣିତ କରିଥିବା ସୁଶାନ୍ତ ଏଥର ଜଣେ ବରିଷ୍ଠ ନାଗରିକ(ଅସହାୟ ମା)ଙ୍କ  ପାଇଁ ସହଯୋଗର ହାତ ବଢ଼ାଇ ଜଣେ ସୁନା ପୁଅ ଦାୟିତ୍ୱ ତୁଲାଇ ଛନ୍ତି |
ଦେଖନ୍ତୁ ଚିତ୍ରରେ ଥିବା ମାଙ୍କୁ | ସାହାରା ବୋଇଲେ ହାତରେ ଥିବା ଗୋଟେ ପ୍ଲାଷ୍ଟିକ ଚ୍ୟାର । ପିନ୍ଧା ଲୁଗାରୁ ବଳି ପଡିଥିବା କେଇ ଇଞ୍ଚ କପଡା ତାକୁ ନିଅଣ୍ଟ ହେଉଛି । ବଙ୍କା ହୋଇ ପଡ଼ିଥିବା ଅଣ୍ଟା ସଲଖି ହେବାକୁ ଶକ୍ତି ନାହିଁ । ଆଜି ଅସହାୟ ମାଁ ଜଣକ ମଧୁବାବୁ ପେନସନ ପାଇବା ପାଇଁ ଏକ ପ୍ଲାଷ୍ଟିକ ଚ୍ୟାର ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯିବା କଥା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି ବିଚଳିତ ହୋଇପଡିଥିଲେ ଅସହାୟ ର ବନ୍ଧୁ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ । ଅସହାୟ ବୃଦ୍ଧାଙ୍କର ସମ୍ପୂର୍ଣ ସୂଚନା ସଂଗ୍ରହ କରି ସଂଗେ ସଂଗେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ସୂଚନା ଦେଇଥିଲେ ଓ ମାନ୍ୟବର ବିଧାୟକ ଙ୍କ ଠୁ ସୂଚନା ପାଇ ତତ୍ପରତା ଦେଖାଇଥିଲେ ବିଭାଗୀୟ ଅଧିକାରୀ । ବୃଦ୍ଧା ମା ଜଣଙ୍କୁ ଏକ ସ୍ୱତନ୍ତ୍ର ଗାଡି ସାହାଯ୍ୟରେ ବ୍ୟାଙ୍କ ଆଣି ତାଙ୍କୁ ତାଙ୍କର 6 ମାସର ବାର୍ଦ୍ଧକ୍ୟ ଭତ୍ତା ହାତରେ କ୍ୟାସ ଦେବା ସହିତ ଆଗକୁ ତାଙ୍କୁ ପଞ୍ଚାୟତ ସ୍ତରରେ( ଘରେ ରହି) ପେନସନ ଟଙ୍କା ଯୋଗାଇ ଦେବା ପାଇଁ ସମ୍ପୂର୍ଣ ବ୍ୟବସ୍ଥା କରାଇଥିଲେ ଏବଂ ତାଙ୍କୁ ବ୍ଲକ ସ୍ତରରେ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଭଟଲି ବିଧାୟକ ସୁଶାନ୍ତ ସିଂ ବରଗଡ଼ ଜିଲ୍ଲାର ଅନେକ ଗରିବ ଓ ଅସହାୟ ଲୋକଙ୍କ ସାହାଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମାତ୍ର ଉକ୍ତ ଘଟଣାଟି ନବରଙ୍ଗପୁର ଜିଲ୍ଲାର ହୋଇଥିଲେ ମଧ୍ୟ ମାନ୍ୟବର ଭଟଲି ବିଧାୟକ ସୁଶାନ୍ତ ସିଂ ତତ୍ପରତା ଦେଖାଇ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ଆଗେଇଆସିଥିଲେ l ବିଧାୟକଙ୍କ ସହୃଦୟତା ତଥା ବରିଷ୍ଠ ନାଗରିକ ଙ୍କୁ ଉଚିତ ସମ୍ମାନ ପାଇଁ ବୁଦ୍ଧିଜୀବୀ ମହଲରେ ତାଙ୍କୁ ଲୋକେ ବେଶ ପ୍ରସଂଶା କରିଛନ୍ତି ।

0
0
0
s2sdefault