ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଝାରସୁଗୁଡା ଠାରେ ମାତୃସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବର୍ଦ୍ଧିତ ମାତୃସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଆର୍ଥିକ ବର୍ଷ୨୩ରେ ୩୦,୦୦୦ ମହିଳା ଉପକୃତ ହୋଇଥିଲେ

ଝାରସୁଗୁଡା, ଓଡିଶା; ୧୫ ଏପ୍ରିଲ, ୨୦୨୩: ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡା ଠାରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ମାତୃ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ନବଜାତକ ଯତ୍ନ ଉପରେ ଏକ ସଚେତନତା ଅଧିବେଶନ ଅୟୋଜନ କରିଥିଲା । ବେଦାନ୍ତ ଦ୍ୱାରା ଆଧୁନିକୀକରଣ ହୋଇଥିବା ଅଙ୍ଗନୱାଡି ଯାହାକି ବ୍ରୁନ୍ଦାମଲ୍ ଗ୍ରାମରେ ଥିବା ନନ୍ଦଘରରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯାହାକି ମହିଳା ଏବଂ ଶିଶୁ ବିକାଶର କେନ୍ଦ୍ର ଭାବରେ କାର୍ଯ୍ୟ କରିଥାଏ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟସେବା ଏବଂ ମହିଳାଙ୍କ ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଆଯାଇଥାଏ ।

ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଗର୍ଭଧାରଣ ଦ୍ୱାରା ସୃଷ୍ଟି ହୋଇଥିବା ଉଚ୍ଚ ରକ୍ତଚାପ, ଗର୍ଭଧାରଣକାରୀ ମଧୁମେହ ଏବଂ ଅନ୍ୟାନ୍ୟ ଗର୍ଭଧାରଣ ସମ୍ବନ୍ଧୀୟ ଅସୁସ୍ଥତା ପାଇଁ ସହାୟକ ନର୍ସ (ଏଏନଏମଏସ୍), ଅଙ୍ଗନୱାଡି କର୍ମୀ ଏବଂ ବେଦାନ୍ତ ଆଲୁମିନିୟମ୍ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ର ଡାକ୍ତରଙ୍କ ଦ୍ୱାରା ପରିଚାଳିତ ଅତ୍ୟାବଶ୍ୟକ ଯାଂଚ ଏବଂ ଉପଯୁକ୍ତ ପୁଷ୍ଟିକର ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସ୍ତନ୍ୟପାନ ସହିତ ସହାୟକ ଖାଦ୍ୟ ଅଭ୍ୟାସର ମହତ୍ୱ ବିଷୟରେ ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଜିବା ସହିତ ନୂତନ ଜନ୍ମିତ ଶିଶୁମାନଙ୍କର ସମ୍ପୂର୍ଣ୍ଣ ପ୍ରତିରୋପଣର ଆବଶ୍ୟକତା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ମାତୃତ୍ୱର ସ୍ତନ୍ୟପାନ ପର୍ଯ୍ୟାୟରେ ମହିଳାମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିବା ପାଇଁ ଭିଟାମିନ୍ ସପ୍ଲିମେଂଟାରି ମଧ୍ୟ ଯୋଗାଇ ଦିଆଯାଇଥିଲା ।

ଏହାର ନନ୍ଦଘର ମାଧ୍ୟମରେ ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ଆଶାୟୀ ତଥା ନୂତନ ମାତୃତ୍ୱ ଲାଭ କରିଥିବା ମା ମାନଙ୍କ ପାଇଁ ନିୟମିତ ସୂଚନାପୂର୍ଣ୍ଣ ଅଧିବେଶନ ତଥା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଗତ ଆର୍ଥିକ ବର୍ଷରେ ୩୦,୦୦୦ ରୁ ଅଧିକ ମହିଳାଙ୍କ ନିକଟରେ ପହଂଚିଥିଲା ।

ଗୋଷ୍ଠମାନଙ୍କ ପାଇଁ କମ୍ପାନୀର ସ୍ୱାସ୍ଥ୍ୟସେବା ଯୋଗାଇବା ବିଷୟରେ ଶ୍ରୀ ସୁନୀଲ ଗୁପ୍ତା, ସିଇଓ - ବେଦାନ୍ତ ଲିମିଟେଡ୍, ଝାରସୁଗୁଡା କହିଛନ୍ତି, “ଗ୍ରାମୀଣ ଗୋଷ୍ଠମାନଙ୍କରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଆମେ ଓଡିଶାରେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବଧ୍ୟୀୟ ପଦକ୍ଷେପ ଆରମ୍ଭ କରିଛୁ, ବିଶେଷକରି ଅଣସଂରକ୍ଷିତ ଅଂଚଳରେ ବେଦାନ୍ତର ସାମାଜିକ ପ୍ରଭାବ ପ୍ରୟାସରେ ମହିଳା ଏବଂ ଶିଶୁ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷେପ ଅଟେ । ମହିଳା ଏବଂ ଶିଶୁ ବିକାଶର ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠିକେନ୍ଦ୍ର ଭାବରେ ଉଭା ହୋଇଥିବା ଆମର ନନ୍ଦଘସ ଏହି ପ୍ରୟାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆମର ପଦକ୍ଷେପଗୁଡ଼ିକ ଉପଯୁକ୍ତ ସଚେତନତା ଉପରେ ଧ୍ୟାନ ଦେଇଥାଏ , ମେଡିକାଲ୍ ଚେକ୍ଅପ୍ ସହିତ ମା ଏବଂ ନବଜାତ ଶିଶୁମାନଙ୍କ ପାଇଁ ସହାୟତା ସେମାନଙ୍କର ସୁସ୍ଥତାକୁ ନିଶ୍ଚିତ କରାଇଥାଏ । ”

ଏହି ଅଧିବେଶନରେ ଯୋଗ ଦେଇଥିବା ଅନ୍ୟତମ ମାତା ଶ୍ରୀମତୀ ଅଞ୍ଜଲି ରୋହିଦାସ କହିଛନ୍ତି ଯେ ମୁଁ ବେଦାନ୍ତର ସ୍ୱାସ୍ଥ୍ୟ ଶିବିରରେ ବିଶେଷ କରି ମୋର ପ୍ରଥମ ତ୍ରୟ ମାସିକରୁ ଯୋଗଦେଉଛି । ଏହିପରି ଅଧିବେଶନ ମାଧ୍ୟମରେ ମୁଁ ମୋର ସ୍ୱାସ୍ଥ୍ୟ ଏବଂ ମୋର ନବଜାତ ଶିଶୁ ବିଷୟରେ ଅଧିକ ଜ୍ଞାନବାନ ହୋଇପାରିଛି । ଆମକୁ ମାଗଣାରେ ଭିଟାମିନ୍ ସପ୍ଲିମେଂଟ ମଧ୍ୟ ଯୋଗାଇ ଦିଆଯାଉଛି ଏବଂ ଆମ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଆମକୁ ସମର୍ଥନ କରିଥିବାରୁ ମୁଁ କମ୍ପାନୀକୁ ଧନ୍ୟବାଦ ଜଣାଉଛି । ”

ବେଦାନ୍ତ ଝାରସୁଗୁଡା ଏହାର ଅପରେସନ୍ କ୍ଷେତ୍ର ସମେତ ଏହାର ଆଖପାଖରେ ଅଂଚଳରେ ମୌଳିକ ତଥା ବିଶେଷ ସ୍ୱାସ୍ଥ୍ୟ ସେବାଗୁଡିକର ଏକ ବ୍ୟାପକ ବିସ୍ତାର ପ୍ରଦାନ କରିଥାଏ ଯେପରିକି:

• ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ : ଦୁର୍ଗମ ଗ୍ରାମାଂଚଳରେ ବାର୍ଷିକ ୫୪,୦୦୦ ରୁ ଅଧିକ ଲୋକଙ୍କୁ ନିୟମିତ ବ୍ୟବଧାନରେ ନିଜଘରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମେଡିକାଲ୍ ୟୁନିଟ୍ଗୁଡିକୁ ପ୍ରସ୍ତୁତ କରାଯାଇଛି ।
• ନନ୍ଦଘର: ବେଦାନ୍ତ ଆଲୁମିନିୟମ୍ ନିଜର ନନ୍ଦଘର ମାଧ୍ୟମରେ ଛୋଟ ପିଲା, ଗର୍ଭବତୀ ମହିଳା ଏବଂ ନୂତନ ମା ମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ।
• ସ୍ୱାସ୍ଥ୍ୟ ଶିବିର: କମ୍ପାନୀ ଝାରସୁଗୁଡାରେ ମେଗା ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥାଏ ଯେଉଁଥିରେ ଓଡିଶାର ଦୁର୍ଗମ ଅଂଚଳରେ ମାଗଣା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରୀ ଡାକ୍ତରଖାନାର ବିଶେଷଜ୍ଞ ତଥା ସମ୍ବଳ କର୍ମଚାରୀମାନେ ରହିଥାନ୍ତି ।
• ପରିମଳ ଡ୍ରାଇଭ୍: ଗୋଷ୍ଠିମାନଙ୍କରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ହାତ ଧୋଇବା ଭଳି ଅଭ୍ୟାସକୁ ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଏବଂ ପରିମଳ ଡ୍ରାଇଭ୍ ମଧ୍ୟ ଆୟୋଜନ କରିଥାଏ । କର୍ମଚାରୀ ସ୍ୱେଚ୍ଛାସେବୀମାନେ ନାଳ ଓ ରାସ୍ତାଘାଟ ସଫା କରିବା ସହିତ ସଂକ୍ରମଣକୁ ରୋକିବା ପାଇଁ ଗୋଷ୍ଠି ସଦସ୍ୟମାନଙ୍କ ସହିତ ମିଶି କାର୍ଯ୍ୟ କରିଥାନ୍ତି ।

ବେଦାନ୍ତ ଲିମିଟେଡ୍ର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ୍ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ଯାହା ଭାରତର ଅଧାରୁ ଅଧିକ ଆଲୁମିନିୟମ୍ ଉତ୍ପାଦନ କରିଛି ଅର୍ଥାତ ଆର୍ଥିକ ବର୍ଷ ୨୦୨୩ରେ ୨.୨୯ ନିୟୁତ ଟନ୍ । ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଏହା ହେଉଛି ଅଗ୍ରଣୀ ଯାହାକୁ ବିଭିନ୍ନ ମୌଳିକ ଶିଳ୍ପରେ ବ୍ୟବହାର କରାଯାଉଛି । ଆଲୁମିନିୟମ୍ ଶିଳ୍ପ ପାଇଁ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍ଆଇ)ର ବିଶ୍ୱ ର୍ୟା ଙ୍କିଙ୍ଗ୍ରେ ବେଦାନ୍ତ ଦ୍ୱିତୀୟ ର୍ୟା ଙ୍କ୍ରେ ରହିଛି ଯାହା ଏହାର ଦୀର୍ଘସ୍ଥାୟୀ ବିକାଶ ପଦ୍ଧତିର ଏକ ପ୍ରତିଫଳନ । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ବିଶୋଧନାଗାର ଓ ପାୱାର ପ୍ଲାଂଟ୍ ସହ ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ବଢାଇବା ଲାଗି ରହିଥିବା ମିସନ୍କୁ କଂପାନି ପୂରଣ କରୁଛି ।

0
0
0
s2sdefault