ହେଡଲାଇନସ୍:

ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରଥମ ସମିତି ସଭାରେ ଯୋଗଦେଲେ ବିଧାୟିକା ବର୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ- ଝାରବନ୍ଧ ବ୍ଲକ କାର୍ଯାଳୟ ଦ୍ୱାରା ଜାରି କରାଯାଇଥିବା ଚିଠି ଅନୁସାରେ ଆଜି ବ୍ଲକ କାର୍ଯାଳୟ ସଭା ଗୃହ ଠାରେ ସମିତି ସଭା ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ସ୍ବର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ଶ୍ରୀମତୀ ବର୍ଷା ସିଂ ବରିହା ଉପନିର୍ବାଚନରେ ନିର୍ବାଚିତ ହେବାପରେ ତାଙ୍କର ପ୍ରଥମ ସମିତି ସଭାରେ ଝାରବନ୍ଧ ବ୍ଲକରେ ଯୋଗଦାନ କରି ସମସ୍ତ ବିଭାଗର ସମୀକ୍ଷା କରିଥିଲେ l ଏହି ସମିତି ସଭାରେ ଅଧ୍ୟକ୍ଷା ଶ୍ରୀମତୀ ଲିପସା ପ୍ରଧାନ ସଭାପତିତ୍ୱ କରିଥିବା ବେଲେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ସନ୍ତୋଷ ବେହେରା, ସୁଶୀଲ ମରାଇ, ବିଡ଼ିଓ ରାମକୃଷ ମିଶ୍ର, ସାଂସଦ ପ୍ରତିନଧି ହରିହର ସାହୁ ମଞ୍ଚାସିନ ଥିଲେ l ଝାରବନ୍ଧ ବ୍ଲକର 14ଟି ଗ୍ରାମପଞ୍ଚାୟତ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ମାନେ ଅଂଶଗ୍ରହଣ କରି ନିଜ ନିଜ ଅଞ୍ଚଳ ର ସମସ୍ୟା ବିଷୟରେ ଉପସ୍ଥାପନା କରିଥିଲେ l ଏଜେଣ୍ଡା ଅନୁସାରେ ସରକାର ପଛୁଆ ବର୍ଗ ସର୍ଭେ ସମ୍ପର୍କିତ ବିଷୟକୁ ପ୍ରାଧାନ୍ୟ ଦେଇ ଏହା ଉପରେ ଆଲୋଚନା ହୋଇଥିଲା, ଏହାସହ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ପାନୀୟ ଜଳ ସମସ୍ୟା, ସାଧାରଣ ବଣ୍ଟନ, ଉଦ୍ୟାନ, ବିଦ୍ୟୁତ, ଉନ୍ନୟନ, ଆରଡି କୁ ନେଇ ଆଲୋଚନା ହୋଇଥିଲା, ଏଥିରେ ସମସ୍ତ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରି ନିଜ ନିଜ ବିଭାଗର କାର୍ଯ୍ୟକୁନେଇ ଉପସ୍ଥାପନ କରିଥିଲେ |

0
0
0
s2sdefault