ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ଟିକଟ ନେଲେ ଦୀପାଳି
ଭୁବନେଶ୍ୱର : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜୁ ଜନତା ଦଳର ଟିକେଟ ପ୍ରଦାନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଜି ଦୀପାଳି ଭାଇ ବିଶାଲଙ୍କ ସହ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ୍ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ଲୋକଙ୍କ କଲ୍ୟାଣ ସହ ଝାରସୁଗୁଡ଼ା ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ଉପନିର୍ବାଚନରେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବା ପାଇଁ ବିଜେଡି ସୁପ୍ରିମୋ ଅନୁରୋଧ କରିଛନ୍ତି | ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେବା ସହ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ବିତ କରିବେ ବୋଲି କହିଛନ୍ତି ଦୀପାଳି । ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା କହିଛନ୍ତି ଦୀପାଳି । ଝାରସୁଗୁଡ଼ାର ବିକାଶ ହୋଇନି ଯେଉଁମାନେ କହୁଛନ୍ତି ସେମାନେ ଅନ୍ଧ ବୋଲି କହିଛନ୍ତି ଦୀପାଳି ।












