ହେଡଲାଇନସ୍:

ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ଓଡ଼ିଆ ନବବର୍ଷ ଓ ଜୟନ୍ତୀ ତିଥିରେ ଆମ୍ବେଦକରଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା /ସାରନଗରୀ:(ବସନ୍ତ କୁମାର ଜେନା): ବିଦ୍ୟା ଷ୍ଟଡ଼ି ପଏଂଟ ଓ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ପବିତ୍ର ମହାବିଷୁଭ ସଂକ୍ରାନ୍ତି ଓ ଡ଼.ବାବା ସାହେବ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲ।। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ସୁନୀଲ ନନ୍ଦ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ପାଢୀ,ସମାଜସେବୀ ଦୀପକ ଦାଶ,ସାମାଜିକ କର୍ମୀ ପରମେଶ୍ୱର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡ଼ାକ୍ତର ଏସ୍‌.କେ ସେନାପତି ଯୋଗ ଦେଇ ପଣା ସଂକ୍ରାନ୍ତିର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ମହାତ୍ମ୍ୟ ସମ୍ପର୍କରେ ବକ୍ତାମାନେ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତ,ଅଧ୍ୟାପକ ବସନ୍ତ କୁମାର ଦାସ,ଶୁଭମ ମହାପାତ୍ର,ପ୍ରଭଜଂନ ମିଶ୍ର, ନରେନ୍ଦ୍ର ମଲ୍ଲିକ,ସୁକନାଥ ବିଶୋଇ,ଅଧ୍ୟାପକ ସୁନୀଲ ସାମଲ,ୟୁଧିଷ୍ଠିର ପଶାୟତ,ରାଧେଶ୍ୟାମ ଚିକ୍‌,ରାମ ଚନ୍ଦ୍ର ଗିରି,କାଶୀନାଥ ବେହୁରା,ସୁକାନ୍ତ ମହାନ୍ତି,ପଦ୍ମ ଲୋଚନ ଡ଼ୋରା ଅନ୍ୟ ସଦସ୍ୟ ମାନେ ପରସ୍ପରକୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ପଥଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ପଣା ସରବତ ବିତରଣ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ,ଅଧ୍ୟାପିକା, ଟ୍ରଷ୍ଟର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସକ୍ରୀୟ ଭୂମିକା ନିର୍ବାହ କରିଥିଲେ ।

0
0
0
s2sdefault