ହେଡଲାଇନସ୍:

ସୀମାନ୍ତ ପରିବାର ଦ୍ୱାରା ବିଷୁବ ମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ: ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଅଗ୍ରଣୀ ସର୍ବ ପୁରାତନ ସୀମାନ୍ତ ସାହିତ୍ୟ ପରିବାର ଆନୁକୁଲ୍ୟରେ ମହା ବିଷୁବ ସଂକ୍ରାନ୍ତି ଦିନରେ ତା'ର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ସାହିତ୍ୟ, ସଂଗୀତ ଓ ଚିତ୍ରକଳାର ଅପୂର୍ଵ ସମନ୍ୱୟରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ଃ କମଳଲୋଚନ ମିଶ୍ର,ସ୍ୱତନ୍ତ୍ର ଅତିଥି ରୂପେ ସମାଜ ସେବୀ ଜଗନ୍ନାଥ ମହାପାତ୍ର,ମୁଖ୍ୟ ବକ୍ତା ରୂପେ ଶ୍ରୀନାଥ ମିଶ୍ର, ସମ୍ମାନିତ ଅତିଥି ରୂପେ ଶ୍ରୀ କୁନୁ ନାୟକ, ଅଧ୍ୟକ୍ଷ, ପୌରପାଳିକା, ଶ୍ରୀମତୀ ମଞ୍ଜୁଳା ମାଝୀ, ନାରୀ ନେତ୍ରୀ, ଶ୍ରୀ ମନୋରଞ୍ଜନ ତ୍ରିପାଠୀ, କବି, ସଂଗ୍ରାହକ ତଥା ସଂଗଠକ ଏବଂ ସଭାପତି ରୂପେ ଶ୍ରୀ ଅଶୋକ ପଟନାୟକ, ସମ୍ପାଦକ, ସୀମାନ୍ତ ମଞ୍ଚାସୀନ ଥିଲେ |ଓଡ଼ିଆ ଭାଷା, ସଂସ୍କୃତିର ପ୍ରସାର ତଥା ରୁଚିପୂର୍ଣ୍ଣ ସୃଜନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ସୀମାନ୍ତ ପରିବାର ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛି ବୋଲି ମୂଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥି ଓ ମୂଖ୍ୟ ବକ୍ତା ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | ଏହି ଅବସରରେ ଅଶୋକ ପଟନାୟକଙ୍କ ରଚିତ ପୁସ୍ତକ 'ଦେହାନ୍ତ ପରେ, ଡ଼ଃ ଦାସ ଙ୍କ 'ବ୍ଲାକ କଫି ', ଡ଼ଃ ସୁମନ୍ତ ପାଢ଼ୀଙ୍କ 'କପେ ପ୍ରେମ ', ଦୁର୍ଗା ପାଢ଼ୀଙ୍କ 'ନାଟକ ସମଗ୍ର 'ଉନ୍ମୋଚିତ ହୋଇଥିଲା |
ବରିଷ୍ଟ ପ୍ରାବନ୍ଧିକ ତଥା କବି ଶ୍ରୀ ନାରାୟଣ ପଣ୍ଡାଙ୍କୁ ସୀମାନ୍ତ ସମ୍ମାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା...ପ୍ରଥମ ଅଧିବେଶନକୁ ଡ଼ଃ ସଂଯୁକ୍ତା ପଣ୍ଡା ସଂଯୋଜନା କରିଥିବା ବେଳେ ଜି. ଭେଙ୍କେଟ ରେଡ୍ଡୀ, ରଘୁନାଥ ଶତପଥୀ, ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ରାମ କୃଷ୍ଣ ପାତ୍ର ସହଯୋଗ କରିଥିଲେ |.ପରେ ପରେ ଆକାଶବାଣୀ କଳାକାର ମାନଙ୍କ ଦ୍ୱାରା ସୁଗମ ସଂଗୀତ ପରିବେଷଣ କରାଯାଇଥିଲା | ଏଥିରେ ବିଦ୍ୟୁତ ପ୍ରଭା ପଟନାୟକ, ଜ୍ୟୋତିର୍ମୟୀ ମହାପାତ୍ର, ସୁରେଶ ମିଶ୍ର, କସ୍ତୁରୀ ରଥ, ସୀମା ପାଣିଗ୍ରାହୀ, ସୁରେଶ ମହାପାତ୍ର ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ | ଯନ୍ତ୍ର ସଂଗୀତରେ ସୁକୁମାର ସୁନା, ଡ଼ଃ ବାଲାଜୀ କିଶୋର ରାୟ, ମୁନା ମହେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ.. ଏହି କାର୍ଯ୍ୟକ୍ରମ କୁ ଲାଲୁ ଶତପଥି ସଂଯୋଜନା କରିଥିଲେ.. କବିତା ଆସରକୁ ନିହାରିକା ମଲ୍ଲିକ ଏବଂ ପି. ରବିକାନ୍ତ ରଘୁରାମ ସଂଯୋଜନା କରିଥିଲେ | ହରପ୍ରସାଦ ଦାଶ, ରାଜେନ୍ଦ୍ର ବିଶୋଇ, ସ୍ମୃତି ପଣ୍ଡା, ଆଶୁତୋଷ ପାତ୍ର, ସି. ଏଚ. ଉଷାରାଣୀ, ପ୍ରଫୁଲ୍ଲ ପୁହାଣ, ରବିକାନ୍ତ, ନିହାରିକା ମଲ୍ଲିକ, ନମିତା ଘଡେଇ, ମଙ୍ଗଳା ପାତ୍ର, ପର୍ଶୁରାମ ସାହୁ ପ୍ରମୁଖ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ | ବିଶିଷ୍ଟ ଚିତ୍ର କଳାକାର ବସନ୍ତ ବେନ୍ୟାଙ୍କ ଦ୍ୱାରା ଅଦରକାରୀ ଜିନିଷକୁ ନେଇ ପ୍ରସ୍ତୁତ ସୁନ୍ଦର ଚିତ୍ର କଳା ପ୍ରଦର୍ଶନୀକୁ ସମସ୍ତ ଅତିଥି ଏବଂ ଦର୍ଶକ ଭୂ୍ୟସୀ ପ୍ରଶଂସା କରିଥିଲେ |
ଏହି କାର୍ଯ୍ୟକ୍ରମରେ ଗଣେଶ ଦାଶ, ସୁରେଶ ମହାନ୍ତି, ମନୋଜ ପଟନାୟକ, ପ୍ରଭାସିନୀ ମହାନ୍ତି, ନିରଞ୍ଜନ ମିଶ୍ର, କପିଳ ମହାନ୍ତି, ସୁଜାତା ମିଶ୍ର, ଇଙ୍କ ଡିଉ ପବ୍ଲିକେସନର ମୁଖ୍ୟ ଡାକ୍ତର ମନୋଜ କିଶୋର ନାୟକ, ଅଧ୍ୟାପକ ଦିଲ୍ଲୀପ ହୋତାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ବିଭିନ୍ନ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ କୁଇଜ, ଗଳ୍ପ ଓ କବିତା ଲିଖନର କୃତି ଛାତ୍ର ଛାତ୍ରୀଙ୍କୁ ଜିଲ୍ଳାପାଳ ପୁରସ୍କୃତ କରିଥିଲେ.. ଅନ୍ୟାନ୍ୟ ଅଂଶ ଗ୍ରହଣକାରୀଙ୍କୁ ବି ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା |
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସାଇ କ୍ୟାର ଏଜୁକେଶନର ଛାତ୍ର ଛାତ୍ରୀ ମାନେ ଉତ୍କଳ ବନ୍ଦନା ଗାନ କରିଥିଲେ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ବିଦ୍ୟୁତ ପ୍ରଭା ପଟନାୟକ ଭକ୍ତି ସଂଗୀତ ପରିବେଷଣ କରିଥିଲେ |
ସମଗ୍ର କାର୍ଯ୍ୟକ୍ରମ ରେ ତୁଳସୀ, ଦୀପଚାନ୍ଦ ଜୈନ, ଶ୍ରାବଣୀ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟ ଛାତ୍ର ଛାତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ |

0
0
0
s2sdefault