ହେଡଲାଇନସ୍:

କଣ୍ଠେଶ୍ୱରପୁର ଶିବମନ୍ଦିର ପରିଚାଳନା କମିଟି ବୈଠକ : ସଭାପତି ହେଲେ ଭୋଜରାଜ ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :-ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ୱରପୁର ଗ୍ରାମରେ ଅବସ୍ଥିତ ନୀଳକଣ୍ଠେଶ୍ୱର ଶିବମନ୍ଦିର ପରିଚାଳନା କମିଟିର ନୂତନ ସଭାପତି ଭାବେ ଯୁବନେତା ଭୋଜରାଜ ସିଂ ବରିହା ଦାୟିତ୍ବ ଗ୍ରହଣ କରିଛନ୍ତି l ଆଜି ପୂର୍ବାହ୍ନରେ ସ୍ଥାନୀୟ ସଭା ଗୃହରେ ଲୋକନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବସମ୍ମତି କ୍ରମେ ଭୋଜରାଜ ସିଂ ବରିହାଙ୍କୁ ସ୍ଥାୟୀ ସଭାପତି ରୂପେ ନିଯୁକ୍ତ କରାଯାଇଥିଲା l ସୂଚନା ଯୋଗ୍ୟ ଯେ, ପଦ୍ମପୁର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ସଭାପତି ପଦବୀ ଖାଲି ପଡିଥିଲା l
ସେହିପରି ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହେଶ୍ଵର ପୁରୀ, ଉପସଭାପତି କୁଞ୍ଜରାଜ ବରିହା, ସମ୍ପାଦକ ସୁରେଶ ସାହୁ, କୋଷାଧକ୍ଷ କୃପାସିନ୍ଧୁ ବିଶ୍ଵାଳ, ଉପଦେଷ୍ଟା ଲୋକନାଥ ସାହୁ, ଜଳଧର ବିଶ୍ଵାଳ,ଉମାକାନ୍ତ ବିଶ୍ଵାଳ, ବିନୋଦ ସାହୁ, ନେହେରୁ ବଢେଇ ଓ କମିଟୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

0
0
0
s2sdefault