ହେଡଲାଇନସ୍:

ୱାଇ-୨୦ କନ୍‍ସଲ୍‍ଟେସନ୍‍: କିସ୍‍ ବୁଲିଲେ ୨୦ ଦେଶର ସାଂସଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୪ତାରିଖରେ ମୁଖ୍ୟ ଆକର୍ଷଣ ରିକି କେଜ୍‍

ଭୁବନେଶ୍ୱର: ଅପ୍ରେଲ୍‍ ୧୪ତାରିଖରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୟୁଥ-୨୦ କନ୍‍ସଲ୍‍ଟେସନ୍‍ରେ ଯୋଗ ଦେବାକୁ ଆସିଥିବା ଆମେରିକା, ବି୍ରଟେନ୍‍, ଜର୍ମାନ୍‍, ୟୁକ୍ରେନ୍‍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‍ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦ ଆଜି କିସ୍‍ ପରିଦର୍ଶନ କରିଥିଲେ । ଏହି ସାଂସଦମାନେ କିସ୍‍ ପରିଦର୍ଶନ କରିବା ସମୟରେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ଦେଖି ଅଭିଭୂତ ହୋଇ ପଡ଼ିଥିଲେ । ଭଗବାନଙ୍କ ଆଶୀର୍ବାଦ ନଥିଲେ ମାତ୍ର ୨୭ବର୍ଷ ମଧ୍ୟରେ ମାତ୍ର ଏଭଳି ଏକ ବିରାଟ ଅନୁÂାନ ସମ୍ଭବ ନୁହେଁ ସେମାନେ ମତ ବ୍ୟକ୍ତ କରିଥିଲେ । କିସ୍‍ର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ସେମାନେ କହିଲେ, ଯୁବଗୋÂୀ ହେଉଛନ୍ତି ବିଶ୍ୱର ଭବିଷ୍ୟତ । ସେମାନେ ଚାହିଁଲେ ଏକ ଶାନ୍ତି, ସୌହାର୍ଦ୍ଧ୍ୟପୂର୍ଣ୍ଣ ବିଶ୍ୱ ତିଆରି କରିପାରିବେ । କିସ୍‍ରେ ଏତେ ସଂଖ୍ୟକ ପିଲାଙ୍କ ମଧ୍ୟରେ ଏଭଳି ଶୃଙ୍ଖଳା ବିଶ୍ୱରେ ବିରଳ ବୋଲି ସାଂସଦମାନେ ମତ ପ୍ରକାଶ କରିଥିଲେ । ତୁମମାନଙ୍କ ଶୃଙ୍ଖଳା ଆମମାନଙ୍କୁ ଅଭିଭୂତ କରିଛି ବୋଲି ସେମାନେ କହିଥିଲେ । କିସ୍‍ରେ ତୁମମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ତୁମେମାନେ କଠିନ ପରିଶ୍ରମ ଓ ନିଷ୍ଠାର ସହ ସେସବୁର ବିନିଯୋଗ କରି ନିଜର ଲକ୍ଷ୍ୟ ପଥରେ ନିଶ୍ଚୟ ସଫଳତା ହାସଲ କରିପାରିବ ବୋଲି ସେମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିସ୍‍ ମହାନିଦେ୍ର୍ଧଶକ କାହ୍ନୁ ଚରଣ ମାହାଲି ପ୍ରମୁଖ ଉପସ୍ଥିତ ଥିଲେ ।
ୟୁଥ-୨୦ କନ୍‍ସଲ୍‍ଟେସନ୍‍ ପାଇଁ ୧୪ ତାରିଖରେ ମୁଖ୍ୟ ଆକର୍ଷଣ ରହିଛନ୍ତି ତିନି ତିନି ଥର ଗ୍ରାମି ପୁରସ୍କାର ପାଇଥିବା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରତୀୟ ସଂଗୀତଜ୍ଞ ରିକି କେଜ୍‍ । ଆସନ୍ତା କାଲି ତାଙ୍କର ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault